Latest Odisha News

BREAKING NEWS

ପ୍ରବଳ ବର୍ଷା ନେଇ ଆସୁଛି ବାତ୍ୟା

ଭୁବନେଶ୍ୱର: ଜଓ୍ୱାଦ ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ଯେତିକି ସ୍ଥଳଭାଗ ନିକଟତର ହେବ ସେତିକି ପ୍ରଭାବ ଦେଖାଇବ ବାତ୍ୟା । ବାରମ୍ବାର ଦିଗ ବଦଳାଉଛି । ନିର୍ଦ୍ଦିଷ୍ଟ ଭାବରେ ଏହାର ହିଟ୍ ସ୍ଥାନ କହିବା ମୁସ୍କିଲ ହୋଇଛି । ଯେଉଁଆଡ଼େ ଗଲେ ବି ଓଡ଼ିଶା ଉପକୂଳରେ ନିଶ୍ଚିତ ପ୍ରକୋପ ଦେଖାଇବ । ପ୍ରବଳ ବର୍ଷିବ । ଗତକାଲିଠାରୁ ଦକ୍ଷିଣରୁ ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳରେ ଏହାର ଆଭାସ ଦେଖିବାକୁ ମିଳିଲାଣି ।

ଆଜି ପାଇଁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଅତିରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୬୨ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଗୋପାଳପୁରରେ ୪୩.୩ ମି.ମି, ପୁରୀରେ ୪୦ ମି.ମି. ଓ ଭୁବନେଶ୍ୱରରେ ୧୦.୪ ମି.ମି. ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।

ସେହିପରି ଆଜି ପାଇଁ କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରିକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

Leave A Reply

Your email address will not be published.