Latest Odisha News

BREAKING NEWS

ବାତ୍ୟା ପରେ ଓଡ୍ରାଫ ଓ ଏନଡିଆରଏଫ ଟିମର ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଡିପ ଡିପ୍ରେସନରେ ପରିଣତ ହୋଇ ବାତ୍ୟା ତିତଲିର ରୂପ ନେଇଥିଲା । ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲାବେଳେ ଉପକୂଳ ଜିଲ୍ଲା ଗୁଡିକୁ ଅଧିକ ପ୍ରଭାବିତ କରିଥିଲା ।

ବିଶେଷତଃ ବାତ୍ୟା ତିତଲି ଯୋଗୁଁ ଗଞ୍ଜାମ, ଗଜପତି ଓ ରାୟଗଡା ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଥିଲା ।

ଏଥିସହିତ ବାତ୍ୟା ତିତଲିକୁ ରାଜ୍ୟସରକାର ଦୃଢତାର ସହ ମୁକାବଲା କରିଥିଲେ । ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରିଥିଲେ । ଏହି କମିଟିରେ ମୁଖ୍ୟମନ୍ତ୍ରୀ ୩ ଜଣ ମନ୍ତ୍ରୀଙ୍କୁ ବାତ୍ୟାର ସମ୍ପର୍କରେ ଟିକିନିଖି ଖବର ରଖିବା ସହ ବାତ୍ୟା ପ୍ରପିଡିତ ଲୋକଙ୍କ ସ୍ଥିତି ପରଖିବା ପାଇଁ ନିୟୋଜିତ କରିଥିଲେ ।

ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ହୋଇଥିବା ବେଳେ ସରକାରଙ୍କ ଜିରୋ କାଜୁଆଲିଟି ସଫଳ ହୋଇଥିବା ନେଇ ମଧ୍ୟ ଜଣାପଡିଥିଲି ।

ଏହି ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସମେତ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ଓଡ୍ରାଫ ଟିମ୍, ଏନଡିଆରଏଫ ଟିମ୍, ଅଗ୍ନିଶମ ବାହିନୀ, ଓଏଫଡିସି ଆଦିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ନିଜକୁ ନିୟୋଜିତ କରିଥିଲେ । ବାତ୍ୟାରେ ଉପୁଡି ପଡିଥିବା ଗଛ ସବୁ ରାସ୍ତାରେ ପଡି ରାସ୍ତା ଅବରୋଧ କରୁଥିବା ବେଳେ ରାୟଗଡାର ଗୁଣୁପୁର ଅଞ୍ଚଳରେ ତଥା ଅନ୍ୟ ଅଞ୍ଚଳରେ ମଧ୍ୟ ଓଡ୍ରାଫ ଟିମ ନିୟୋଜିତ ହୋଇ ଗଛ କାଟି ଅବରୋଧ ହଟାଇଥିଲେ ।

ଅନ୍ୟପକ୍ଷରେ ଉଲ୍ଲେଖଯୋଗ୍ୟ ଯେ ଗୋପାଳପୁର ସମୁଦ୍ର ମଧ୍ୟରେ ଫସିରହିଥିବା ଆନ୍ଧ୍ରପ୍ରଦେଶର ପାଖାପାଖି ୧୫ଜଣଙ୍କୁ ସ୍ଥାନୀୟ ପ୍ରଶାସନର ଅଧ୍ୟକ୍ଷତାରେ ଓଡ୍ରାଫ ଟିମ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ ।

Leave A Reply

Your email address will not be published.