Latest Odisha News

ବଡ଼ ଖବର: ବାଲେଶ୍ୱର ଉପକୂଳରେ ବାତ୍ୟା ୟସର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଧାମରା ପାଖରୁ ଦୂରେଇ ଯାଇଛି ବାତ୍ୟା ୟସ୍ । ଏବେ ବାଲେଶ୍ୱର ଉପକୂଳ ପାଖାପାଖି ପହଞ୍ଚିଛି । ଆରମ୍ଭ ହୋଇଛି ୟସର ଲାଣ୍ଡଫଲ୍ ପ୍ରକ୍ରିୟା । ସକାଳ ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଛି ଲାଣ୍ଡଫଲ୍ ପ୍ରକ୍ରିୟା । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାଖାପାଖି ୩-୪ ଘଣ୍ଟା ଧରି ଲାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ୟସର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି 3-4 ଘଣ୍ଟା ଭିତରେ ଏହି ପ୍ରକ୍ରିୟା ଶେଷ ହେବ । ବାତ୍ୟା ଧାମରାରୁ ଉତ୍ତର ଓ ବାଲେଶ୍ୱରରୁ ଦକ୍ଷିଣ ପାଖକୁ ବାହାନଗା ବ୍ଲକ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ଏସଆରସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.