Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୧୬୨୩ ପଜିଟିଭି ଚିହ୍ନଟ, ଖୋର୍ଦ୍ଧାରେ ପୁଣି ୨ହଜାର ପାର୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ରାଜ୍ୟରେ ଆଜି ବଢ଼ିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୨୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୯୩୯ । ଅର୍ଥାତ ଗତକାଲି ଅପେକ୍ଷା ଆଜି ଆଉ ୬୮୪ ଅଧିକ ସଂକ୍ରମିତ ବାହାରିଛନ୍ତି । ୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ ୬ହଜାର ୫୦୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଚ କେସ୍ ରହିଛି ୫ହଜାର ୧୧୪ ।

ଖୋର୍ଦ୍ଧା ଜିଲ୍ଲାରେ ପୁଣି ଦୈନିକ ସଂକ୍ରମଣ ୨ ହଜାର ପାର କରିଛି । ଆଜି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨ହଜାର ୨୧ ଆକ୍ରାନ୍ତ । କଟକରୁ ୯୯୮, ଅନୁଗୋଳରୁ ୯୨୩, ସୁନ୍ଦରଗଡ଼ ୬୯୯, ଯାଜପୁରରୁ ୫୬୦, ବାଲେଶ୍ୱରରୁ ୫୦୮ ନୂଆ ପଜିଟିଭ୍ କେସ୍ ଆସିଛି । ଢେଙ୍କାନାଳରେ ଗତ ଦୁଇ ଦିନ ହେବ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଢେଙ୍କାନାଳ ଜିଲ୍ଲାରୁ ୪୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରୁ ୪୬୧, ପୁରୀରୁ ୪୬୨ ପଜିଟିଭ୍ ବାହାରିଛନ୍ତି । ଦେବଗଡ଼, ଗଜପତି, ମାଲକାନଗିରି, ନୂଆପଡ଼ା ଜିଲ୍ଲାରେ ସବୁଠୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚାରିଟି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ବାକି ସବୁ ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୨୬ହଜାର ୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୬ଲକ୍ଷ ୨୧ହଜାର ୯୯୩ । ଏବେ ରାଜ୍ୟରେ ୧ଲକ୍ଷ ୧୦ହଜାର ୩୭୩ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.