Latest Odisha News

BREAKING NEWS

ଭଞ୍ଜନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୫ ବଖରା ଘର

ଭଞ୍ଜନଗର: ଭଞ୍ଜନଗର ତାରାସିଙ୍ଗ ଥାନା ଅନ୍ତର୍ଗତ ନାରୀଗୋଚ୍ଛା ନିକଟ ମିଲସାହିରେ ଘଟିଛି ଭୟବହ ଅଗ୍ନିକାଣ୍ଡ । ଏଥିରେ ଦୋକାନ ଗୃହ ସମେତ ୫ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି।

ସୂଚନାନୁସାରେ, ନିଆଁ ତିନୋଟି ଖଳାରେ ଲାଗିବା ହେତୁ ପ୍ରାୟ ୧୦୦ ବସ୍ତା ଧାନ ପୋଡି ଯାଇଥିବା ବେଳେ ଗୋଟିଏ ଧାନ ଗଦା ମଧ୍ୟ ପୋଡ଼ିଯାଇଛି। ଘରେ ଥିବା ଧାନ ଅସାବାବପତ୍ର ମଧ୍ୟ ପୋଡ଼ିଯାଇଛି।ଏହି ଅଗ୍ନିକାଣ୍ଡ ଗ୍ରାମର ୨ ପରିବାର ଯଥା ଭିକାଟି ଡାକୁଆ ଏବଂ ରୁଷି ଗୌଡ଼ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି।

ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଭଞ୍ଜନଗର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛି।

Leave A Reply

Your email address will not be published.