Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ

ତା ୭-୧୧-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୭ ରିଖ ଶନିବାର ତୁଳା ୨୨ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ପୁନର୍ବସୁ ଭୁକ୍ତ ପୁଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର
ଆଜି: ତାଳ ଖାଇବା ନିଷେଧ

 

ମେଷ : ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଭାତୃ ସମ୍ପର୍କ ନିବିଡ ହେବ । ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରା ସଫଳ ହେବ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ । ଶତୃମାନେ ପରାଜିତ ହେବେ ।

ବୃଷ : ଦେହ ମନ ସୁସ୍ଥ ରହିବ । ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି । ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ । ବକେୟା ଅର୍ଥ ହସ୍ତଗତ ହେବ ।

ମିଥୁନ : ପ୍ରତେକ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ । ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ । ବ୍ୟବସାୟରେ ସ୍ଥିରତା ରହିବ ନାହିଁ । ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ । ସମସ୍ୟା ଭିତରେ ଗତି କରିବେ ଯଗି ରଖି ଚଳନ୍ତୁ ।

କର୍କଟ : ଧନ ମାନ ସମ୍ମାନ ଐଶୁର୍ଯ୍ୟ ପ୍ରାପ୍ତିର ଯୋଗ ରହିଛି । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ । ଚେଷ୍ଟା କରୁଥିବା ପ୍ରତ୍ୟେକ କାର‌୍ୟ୍ୟରେ ସଫଳତା ଲାଭ କରିବେ । ଦୀର୍ଘ ଦିନର ଆଶା ପୂରଣ ହେବ ।

ସିଂହ : ମାନସିକ ଶାନ୍ତି ମିଳିବ । ବହୁଦିନର ଆଶା ଅଭିଳାଷ ପୁରଣ ହେବ । ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ ।

କନ୍ୟା : ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ । ମହିଳାମାନେ ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବେ । ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।

ତୁଳା : କୌଣସି ଅନୁଷ୍ଠାନର ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିବେ । ସାଂସାରିକ ଜୀବନ ସୁଖମୟ ହେବ । ବହୁଦିନର ବିବାଦର ସମାଧାନ ହେବ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।

ବିଛା : ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ । କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ଶତୃମାନେ ଚକ୍ରାନ୍ତ କରିବେ । ଧନ ହାନୀ ପ୍ରାଣ ପୀଡାର ଭୟ ରହିଛି । ଦୂର ଯାତ୍ରା କରନ୍ତୁ ନାହିଁ ।

ଧନୁ: ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ପରିବାରରେ ମତପାର୍ଥକ୍ୟ ଦେଖା ଦେବ । ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ
ମହିଳାମାନେ ଅପମାନିତ ସମାଲୋଚିତ ହେବେ । ବ୍ୟବସାୟରେ ସ୍ଥିରତା ରହିବ ନାହିଁ ।

ମକର : ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ତ ସମସ୍ୟାର ସମାଧାନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ । ଦୂର ଯାତ୍ରାର ଯୋଗ ରହିଛି । ଦେହ ମନ ସୁସ୍ଥ ରହିବ । ଉତ୍ତମ ଭୋଜନ ମିଳିବ । ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

କୁମ୍ଭ : ଶତୃମାନେ ପରାଜୟ ହେବେ । ବ୍ୟବସାୟୀମାନେ ଲାଭବାନ ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରିବେ ।ମାଲିମକଦମାରେ ବିଜୟ ଲାଭ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ : ଗୁପ୍ତ ଶତୃ ଭୟ ମନରେ ଭୟ ଆଶା ଆଶଙ୍କା ସୃଷ୍ଟି କରିବ। ମହିଳାମାନେ ସନ୍ତାନ ସନ୍ତତି ମାନଙ୍କ ପାଇଁ ଚିନ୍ତିତ ରହିବେ । ହଠାତ୍ ଦେହ ମନ ଅସୁସ୍ଥ ହୋଇ ଯାଇପାରେ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନଯୋଗୀ ହେବେ ।

ଜ୍ୟୋତିର୍ବିଦ୍ ନିରଞ୍ଜନ ମହାପାତ୍ର,ମୋବାଇଲ ନମ୍ବର: ୯୪୩୭୨୨୫୪୩୪

Leave A Reply

Your email address will not be published.