Latest Odisha News

BREAKING NEWS

କୂଳଡିହା ଅଭୟାରଣ୍ୟ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ ପକ୍ଷୀ

ବାଲେଶ୍ୱର: ନୀଳଗିରି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ (ନାଲି ମଥା ବାଜେଣି) ପକ୍ଷୀ ଚିହ୍ନଟ । ନୀଳଗିରି ନିକଟ ପୋଡାଶୂଳ ଅଞ୍ଚଳରେ ଏକ ସାଙ୍ଗରେ ଏଭଳି ଅନେକ ବିରଳ ପକ୍ଷୀ ମୋବାଇଲ ଟାୱାରରେ ବସିଥିବା ଦେଖିବାକୁ ମିଳିଛି । କୂଳଡିହା ଅଭୟାରଣ୍ୟର ରିଷିଆ, ଖୋମକୁଟ ଓ କେନ୍ଦୁଝର ଜିଲ୍ଲାର ଘାଘରା ଅଞ୍ଚଳରେ ଥିବା ଝରଣା ଅଞ୍ଚଳରେ ବି ଦୃଶ୍ୟମାନ ହୋଇଛନ୍ତି ।

ଏସବୁ ପକ୍ଷୀ ବିଶେଷ ଭାବରେ ଶ୍ରୀଲଙ୍କା, ନେପାଳରେ ଅଧିକ ସଂଖ୍ୟକ ଦେଖାଯାଆନ୍ତି । ଭାରତରେ ମଧ୍ୟ କିଛି ସ୍ଥାନରେ ଦେଖା ଯାଆନ୍ତି ବିରଳ ରେଡ୍ ନେପଡ ଆଇବିସ୍ । ଏମାନେ ବଡ଼ବଡ଼ ଗଛ ଉପରେ ବସାବାନ୍ଧି ରହିବାକୁ ପସନ୍ଦ କରନ୍ତି ।

ଏମାନେ ବହୁ ଜୋରରେ କର୍କଶ ରଡି କରି ଥାଆନ୍ତି । ଝିଣ୍ଟିକା, ବେଙ୍ଗ ଓ ପୋକ ଆଦି ଖାଆନ୍ତି । ସେହିପରି ମକା ଓ ବାଦାମ ଏମାନଙ୍କର ଶସ୍ୟ ଜାତୀୟ ପ୍ରିୟ ଖାଦ୍ୟ । ପ୍ରତିବର୍ଷ ଶୀତ ଦିନରେ ନୀଳଗିରି କୂଳଡିହା ଅଭୟାରଣ୍ୟରେ ବହୁ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ ।

Leave A Reply

Your email address will not be published.