Latest Odisha News

BREAKING NEWS

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ, ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ସରିବ ବିହାର ବିଧାନସଭା ନିର୍ବାଚନ ଭୋଟିଂ । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ଏହି ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୮ ଆସନରେ ଭୋଟ ଗ୍ରହଣ ଚାଲିଛି । ଏହାସହ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ଉପନିର୍ବାଚନ ପାଇଁ ମଧ୍ୟ ଭୋଟ ନିଆଯାଉଛି ।

ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମୈଦାନରେ ଅଛନ୍ତି ୧ ହଜାର ୨୦୪ ଜଣ ପ୍ରାର୍ଥୀ । ମୋଟ୍ ୨ କୋଟି ୩୪ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏହି ପର୍ଯ୍ୟାୟରେ ବିହାର ବିଧାନସଭା ବାଚସ୍ପତିଙ୍କ ସମେତ ନୀତିଶ କୁମାରଙ୍କ କ୍ୟାବିନେଟର ୧୨ ଜଣ ମନ୍ତ୍ରୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରାଇବେ ।
ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ବିଜେପିର ୩୫ ଜଣ ପ୍ରାର୍ଥୀ । ସେହିପରି ଜେଡିୟୁରୁ ୩୭ ଜଣ ପ୍ରାର୍ଥୀ ଥିବା ବେଳେ କଂଗ୍ରେସ ୨୫ ଓ ଆରଜେଡିର ୪୬ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଯାଉଛନ୍ତି । ଚିରାଗ ପାଶଓ୍ୱାନଙ୍କ ଏଲଜେପିର ୪୨ ଜଣ ପ୍ରାର୍ଥୀ ଅଛନ୍ତି ।

ପୂର୍ବରୁ ଅକ୍ଟୋବର ୨୮ ଓ ନଭେମ୍ୱର ୩ ତାରିଖରେ ବିହାରରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନିଆଯାଇଥିଲା । ଆସନ୍ତା ୧୦ ତାରିଖରେ ଗଣତି ପରେ ପ୍ରକାଶ ପାଇବ ରେଜଲ୍ଟ । ଏଥର ପୁଣି ଥର ଏନଡିଏ ସରକାର ଗଢ଼ିବ ନା କ୍ଷମତାକୁ ଫେରିବ ମହାମେଣ୍ଟ ତାଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.