Latest Odisha News

BREAKING NEWS

ଓଡିଶାର ୨୩୨ଟି ରେଳଷ୍ଟେସନରେ ପୂର୍ଵନିର୍ମିତ ଶୌଚାଳୟ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ମିଶନ ପ୍ରତି ଉଦ୍ୟମକୁ ପ୍ରସାରଶୀଳ କରିବାପାଇଁ ଭାରତୀୟ ରେଳବାଇ ଓଡ଼ିଶାରେ ୨୩୨ଟି ରେଳଷ୍ଟେସନର ବିସ୍ତୃତ ସ୍ଥାନମାନଙ୍କରେ ପୂର୍ଵନିର୍ମିତ ଶୌଚାଳୟ ସ୍ଥାପନ ପାଇଁ ଏକ ଚୁକ୍ତିପତ୍ର ପତ୍ର ସ୍ୱାକ୍ଷରିତ କରାଇଛି ଯେଉଁଥିରେ ପୂର୍ବତଟ ରେଳପଥ ସହିତ ରାଇଟ୍ସ ଏବଂ ଏମସିଏଲ ବୁଝାମଣା ପତ୍ରରେ ସ୍ୱାକ୍ଷରିତ କରିଛନ୍ତି ।

ଆଜି ଭୁବନେଶ୍ୱର ସ୍ଥିତ ମହାନଦୀ କୋଲ ଫିଲଡ କାର୍ଯ୍ୟାଳୟରେ ଆୟୋଜିତ ଚୁକ୍ତିନାମା ବୈଠକରେ ପୂର୍ବତଟ ରେଳପଥ ପ୍ରମୁଖ ଯନ୍ତ୍ରୀ  ଏନ. ଏସ. ଉଇକେ, ଏମସିଏଲ ସମ୍ବଲପୁର ମହାପ୍ରବନ୍ଧକ(ସି.ଏସ.ଆର)  ବି. ସାଇରାମ; ନୂଆ ଦିଲ୍ଲୀ ଗୁରଗାଓଁ ରାଇଟ୍ସ ମହାପ୍ରବନ୍ଧକ  ପ୍ରେମ ରଞ୍ଜନ କୁମାର ଏବଂ ପୂର୍ବତଟ ରେଳପଥ ମୁଖ୍ୟ ଯନ୍ତ୍ରୀ (ଯୋଜନା)  ବ୍ରଜେଶ ମିଶ୍ର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷରିତ କରିଛନ୍ତି ।

୨୩୨ ଟି ଶୌଚାଳୟ ମଧ୍ୟରୁ ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାର ୧୭୨ ଟି ଷ୍ଟେସନ, ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ୫୫ଟି ଷ୍ଟେସନ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ଅଧୀନରେ ୫ଟି ରେଳପଥ ଅନ୍ତର୍ଭୁକ୍ତ ଓ ପ୍ରତିଟି ଶୌଚାଳୟ ସଂବର୍ଗରେ ୭ଟି ଶୌଚାଳୟ ରହିବ ଯେଉଁଥିରେ ପୁରୁଷ ମାନଙ୍କ ପାଇଁ ୩ଟି ଶୌଚାଳୟ ସହିତ ୪ଟି ପରିଶ୍ରାଗାର, ମହିଳା ମାନଙ୍କ ପାଇଁ ୩ଟି ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଗୋଟିଏ ଉଦ୍ଧିଷ୍ଟ । ଏହା ସହିତ ଓଭରହେଡ଼ ପାଣିଟାଙ୍କି, ୱାସ ବେସିନ ଏବଂ ଇଲେକ୍ଟ୍ରିକାଲ ଫିଟିଙ୍ଗସ ଉପଲବ୍ଧ ରହିଛି ଓ ଏଥିରେ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଠ ସୌଚାଳୟରେ ନାପକିନ ଭେଣ୍ଡିଙ୍ଗ ମେସିନ ଓ ଇନସିନେରେଟର ଏବଂ ପୁରୁଷ ମାନଙ୍କ ଉଦ୍ଧିଷ୍ଠ ସୌଚାଳୟରେ କଣ୍ଡମ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ ରହିବ ଓ ଏହି ଶୌଚାଳୟ ସ୍ଥାପନ ପରେ ରେଳ ଯାତ୍ରୀ, ସାଧାରଣ ଜନତା, ହକର, ଭେଣ୍ଡର, ଅଟୋ ରିକ୍ସା ଚାଳକ, କୁଲି, ରେଳବାଇ କର୍ମଚାରୀ ଏବଂ ଦିବ୍ୟାଙ୍ଗ ଲୋକେ ଉପକୃତ ହେବେ ।

ରାଇଟ୍ସ ଏହି ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ହୋଇଥିବାବେଳେ ଏହାର ସ୍ଥାପନ ପରେ ରେଳବାଇ ଏହାକୁ ନିଜ ଅଧୀନକୁ ଆଣି ଏହାର ରକ୍ଷଣାବେକ୍ଷଣ ଯଥା ସଫାଈ କାର‌୍ୟ୍ୟ, ଜଳ ଯୋଗାଣ, ଇଲେକ୍ଟ୍ରିକ ବନ୍ଦୋବସ୍ତ କାର୍ଯ୍ୟ କରିବ ଓ ଏହି ପ୍ରକଳ୍ପ ପାଇଁ ସମୁଦାୟ ୫୮.୦୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏମସିଏଲ ଏଥିପାଇଁ ପାଣ୍ଠି ଯୋଗାଇଦେବ ଓ ଏହି ପ୍ରକଳ୍ପ ବର୍ଷକ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି ।

Leave A Reply

Your email address will not be published.