Latest Odisha News

BREAKING NEWS

ବାଲା ଓ ବାଲା ଗୀତରେ ନାଚିଲେ ଡେଭିଡ ୱାର୍ଣ୍ଣରଙ୍କ ଝିଅ

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଓପନର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ନିକଟରେ ସେ ତାଙ୍କ ଦୁଇ ଝିଅ ଇଣ୍ଡି ରେ ଓ ଇଭି ମେ’ଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଟରେ ଛାଡିବା ପରେ ଏହା ଏବେ ଭାଇରାଲ ହୋଇଛି । ଅକ୍ଷୟ କୁମାରଙ୍କ ହାଉସଫୁଲ-୪ର ଲୋକପ୍ରିୟ ଗୀତ ବାଲା ଓ ବାଲା ସଙ୍ଗୀତରେ ୱାର୍ଣ୍ଣରଙ୍କ ଝିଅ ଦୁଇଜଣ କମାଲ କରିଥିଲେ । ସେମାନଙ୍କ ସରଳପଣିଆ ଦର୍ଶକଙ୍କ ବେଶ୍ ପସନ୍ଦ ଆସୁଛି ।

କେବଳ ଇନଷ୍ଟ୍ରାଙ୍ଗାମରେ ଏହାକୁ ୧୧ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ୱାର୍ଣ୍ଣର କରୋନ ଭାଇରସ ଲକଡାଉନର ଭରପୂର ଫାଇଦା ନିଜ ପରିବାର ସହିତ ଉଠାଇଛନ୍ତି । ଏହା ପୂର୍ବରୁ ସେ କେତୋଟି ଗୀତରେ ନିଜେ ଡ୍ୟାନ୍ସ କରି ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

Leave A Reply

Your email address will not be published.