Latest Odisha News

BREAKING NEWS

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଆଉ ଏକ ରୋମାଂଟିକ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’ର ଆଉ ଏକ ରୋମାଂଟିକ ଗୀତ । ଏହି ଗୀତରେ ସୁଶାନ୍ତ ଓ ସଂଜନା ସଂଘିଙ୍କ ଲଭ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତକୁ ମୋହିତ ଚୌହାନ ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି । ଗୀତକୁ କମ୍ପୋଜ କରିଛନ୍ତି ଏଆର୍ ରେହେମାନ ।

ମୁକେଶ ଛାବରାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ସ୍ୱଗର୍ତ ସୁଶାନ୍ତ ସିଂ ରାଜପୁତ ଅଛନ୍ତି । ତାଙ୍କ ଅପଜିଟ୍‌ରେ ଅଛନ୍ତି ସଂଜନା ସାଂଘି । ଏହି ଫିଲ୍ମ ଜରିଆରେ ସଂଜନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି ସୁଶାନ୍ତଙ୍କ ଶେଷ ଫିଲ୍ମ । ମହାମାରୀ କରୋନା ପାଇଁ ଆସନ୍ତା ୨୪ ତାରିଖରେ ଫିଲ୍ମଟି ଡିଜ୍‌ନୀ ପ୍ଲସ୍ ହଟ୍‌ଷ୍ଟାର୍‌ରେ ରିଲିଜ ହେବ ।

ସୂଚନା ଯୋଗ୍ୟ ଯେ, ଜୁନ୍ ୧୪ ତାରି୍‌ଖରେ ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ଥିବା ତାଙ୍କ ଘରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ହୋଇଥିଲା । ସେ ଆତ୍ମହତ୍ୟା କରିଥିଲେ । ଏଯାଏର୍ ଏହି ମାମଲାରେ ପୋଲିସ ଅନେକ ଜଣକୁ ପଚରାଉଚରା କରି ସାରିଲାଣି । ତେବେ ସେ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି ।

Leave A Reply

Your email address will not be published.