Latest Odisha News

BREAKING NEWS

‘କୋଇଲାଖଣି ମାଟି ଧସିବା’ ଘଟଣା ସହ ସିସିଡ଼ି ମୁଖ୍ୟଙ୍କ କିପରି ରହିଛି ସଂଯୋଗ, ଜାଣନ୍ତୁ

ଭୁବନେଶ୍ୱର: ‘କ୍ୟାଫେ କଫି ଡ଼େ’ ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥ ଯାହାଙ୍କର ଆତ୍ମହତ୍ୟା ଘଟଣା ସମଗ୍ର ନିକଟରେ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି, ସେ ଓଡ଼ିଶାରେ ମଧ୍ୟ ତାଙ୍କର ବ୍ୟବସାୟକୁ ବୃଦ୍ଧି କରିପାରିଥିଲେ ।

ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଅନେକ ‘କ୍ୟାଫେ କଫି ଡ଼େ’ର ଆଉଟଲେଟ୍ ରହିଛି । ଏହାବ୍ୟତୀତ ଏହାର ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ନିଜ କମ୍ପାନୀ ‘ସିକାଲ୍ ଲଜିଷ୍ଟିକ୍ସ’ ମହାନଦୀ କୋଲଫିଲ୍ଡସ (ଏମସିଏଲ)ର ବିଭିନ୍ନ ସ୍ଥାନମାନଙ୍କରେ କୋଇଲା ଖନନ ଓ ଟ୍ରାନ୍ସପୋର୍ଟେସନ ଲାଗି ମୂତୟନ ହୋଇଛି ବୋଲି ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ରିପୋର୍ଟରୁ ସୂଚନା ମିଳିଛି ।

ସେଥିମଧ୍ୟରୁ ଗୋଟିଏ ସ୍ଥାନ ତାଳଚେର ଅନ୍ତର୍ଗତ ଏମସିଏଲର ଭରତପୁର କୋଇଲା ଖଣିରେ ଅବସ୍ଥିତ । ଏହି କୋଇଲା ଖଣିଟିରେ ମାଟି ଧସି ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜୁଲାଇ ୨୩ ରାତିରେ ଏହି ମାଟିଧସିବା ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ଅନ୍ୟ ୯ଜଣ ଶ୍ରମିକ ମଧ୍ୟ ଆହତ ହୋଇଥିଲେ ।

ସୂତ୍ରରୁ ଜଣାପଡ଼ିଛି ଯେ, ସେହି ରାତିରେ ଉକ୍ତ ଦୁର୍ଘଟଣାସ୍ଥଳରେ ସିକାଲ୍ ଲଜିଷ୍ଟିକ୍ସ କମ୍ପାନୀ ତତ୍ତ୍ୱାବଧାନରେ କାର୍ଯ୍ୟ ଚାଲିଥିଲା । ଏମସିଏଲର ଲୋକସମ୍ପର୍କ ଅଧିକାରୀ ଡ଼ିକେନ୍ ମେହେରାଙ୍କ କହିବା ମୁତାବକ ସିକାଲ୍ ଲଜିଷ୍ଟିକ୍ସ ହିଁ ହେଉଛି ଭରତପୁର ମାଇନ୍ସର ମୁଖ୍ୟ କଣ୍ଟ୍ରାକ୍ଟର୍ , ମାତ୍ର ସେ କହିଛନ୍ତି ଯେ, ପ୍ରାୟତଃ କେହି ଜାଣନ୍ତି ନାହିଁ ଯେ, ଏହି ସିକାଲ୍ ଲଜିଷ୍ଟିକ୍ସ କମ୍ପାନୀଟି ହେଉଛି ସିସିଡ଼ି ଗ୍ରୁପର ।

ମିଳିଥିବା ସୂଚନାନୁଯାୟୀ, ଏହି ସିକାଲ୍ ଲଜିଷ୍ଟିକ୍ସ କମ୍ପାନୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନୁମାନିକ ୭୦୦ କୋଟି ଟଙ୍କାର କାର୍ଯ୍ୟ ହାତକୁ ନେଇଛି । ଏପରିକି ଏହି କମ୍ପାନୀ ଏମସିଏଲ ସହିତ ହିଙ୍ଗୁଳା ମାଇନ୍ସରେ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରୁଛି ।

Leave A Reply

Your email address will not be published.