Latest Odisha News

BREAKING NEWS

ବେଙ୍ଗାଲୁରୁ ବନ୍ୟା ବିଭୀଷିକା ପରେ ହରଲୁର ହ୍ରଦରେ ମାଛ ମଡ଼କ

ବେଙ୍ଗାଲୁରୁ: ପ୍ରଳୟଙ୍କରୀ ବନ୍ୟାର କରାଳ ବିଭୀଷିକାରେ ଅନେକ କ୍ଷତି ସହିଛି ବେଙ୍ଗାଲୁରୁ। କମିଗଲା ବନ୍ୟା ପାଣି, ହେଲେ ଆଜିବି ଲୋକଙ୍କ ମନରୁ ଲିଭିନି ସେହି ଭୟାନକ ଦୃଶ୍ୟ। ଏବେ ମଧ୍ୟ ସହରବାସୀ ବହୁତ ଅସୁବିଧା ମଧ୍ୟରେ ଗତି କରୁଛନ୍ତି। ଏହାରି ଭିତରେ ବେଙ୍ଗାଲୁରୁର ବେଲାନ୍ଦର ଅଞ୍ଚଳରୁ ଏକ ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ଥିବା ହରଲୁର ହ୍ରଦରେ ମାଛ ମଡ଼କ ଦେଖିବାକୁ ମିଳିଛି। ଏଠାରେ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରି ପାଣିରେ ଭାସୁଛନ୍ତି।

ଜେଣେ ସ୍ୱଚ୍ଛାସେବୀ ଅମରଦୀପ ଅଦିଗା କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ନାଳ ପାଣି କ୍ରମାଗତ ହ୍ରଦକୁ ଯାଇ ମିଶୁଛି। ଫଳରେ ହ୍ରଦ ପାଣି ବିଷାକ୍ତ ହୋଇଛି। ଏହି ବିଷାକ୍ତ ପାଣି ଯୋଗୁଁ ଅମ୍ଳଜାନର ମାତ୍ରା ହ୍ରାସ ପାଇଛି। ଯେଉଁ କାରଣରୁ ମାଛମାନେ ମରିଯାଉଛନ୍ତି। ଗତ 3 ରୁ 4 ଦିନ ମଧ୍ୟରେ 3 ରୁ 4 ଟୋନ ମାଛ ମଲେଣି। ଏହି ନାଳ ପାଣିକୁ ନିଷ୍କାନ କରାଯିବା ସତ୍ତ୍ୱେ ଲଗାଣ ବର୍ଷା ଯୋଗୁଁ ପୁଣିଥରେ ହ୍ରଦକୁ ଯାଇ ମିଶୁଛି ନାଳ ପାଣି ।

ସେପଟେ ଏସମ୍ପର୍କରେ ଅଦିଗା ବିବିଏମପି କୁ ଅନେକ ଥର ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ନାଳର ବିଷାକ୍ତ ଜଳ ନିଷ୍କାସନ ଏବଂ ପ୍ଲାଷ୍ଟିକ ସଫା କରିବା ନିମସ୍ତେ ବିବିଏସପି ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି। ଅଧିକାରୀମାନେ ତୁରନ୍ତ ଏହା ଉପରେ ଦୃଷ୍ଟି ଦେବେ କହି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାଁନ୍ତି ବୋଲି କହିଛନ୍ତି ଅଦିଗା।

ସରକାରୀଙ୍କ ପକ୍ଷରୁ ଏହି ହ୍ରଦ ପ୍ରତି ଅନେକ ପ୍ରକଳ୍ପ ଘୋଷଣା କରାଯାଇଛି। କିନ୍ତୁ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । କିଛି ପ୍ରକଳ୍ପ ନୂଆରେ ତିଆରି ହେଇଛି। ହ୍ରଦ ଜଳକୁ କିପରି ସଫା ରଖାଯିବ ସେ ନେଇ ମଧ୍ୟ ବିଭିନ୍ନ ପ୍ରକାର ଚେଷ୍ଟା କରାଯାଉଛି। ଏଥିଲାଗି ଗୋଟିଏ ବ୍ୟାରିକେଡ ରହିଛି କିନ୍ତୁ ଅତ୍ୟଧିକ ବର୍ଷା ହେଲେ ବ୍ୟାରିକେଡରୁ ନାଳ ପାଣି ଓଭରଫ୍ଲୋ ହେଉଛି। ତେଣୁ ହ୍ରଦ ପାଇଁ ସ୍ଥାୟୀ ସମାଧାନ ଚାହୁଁଛନ୍ତି ସ୍ୱଚ୍ଛାସେବୀ ଅମରଦୀପ ଅଦିଗା।

Leave A Reply

Your email address will not be published.