Latest Odisha News

BREAKING NEWS

୫ ମିନିଟରେ ବିକ୍ରି ହେଲା ଭାରତ-ପାକ ମ୍ୟାଚର ଟିକେଟ

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି।  ଆଇସିସି କହିଛି ଯେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର କିଛି ମିନିଟ ମଧ୍ୟରେ ଶେଷ ହୋଇଯାଇଛି। ଫ୍ୟାନ୍ସଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଅତିରିକ୍ତ ଷ୍ଟାଣ୍ଡିଂ ରୁମ ଟିକେଟ ବ୍ୟବସ୍ଥା କରାଯାଇଥିଲେ। ସେଗୁଡ଼ିକ ମଧ୍ୟ ମାତ୍ର କିଛି ମିନିଟ ମଧ୍ୟରେ ସରି ଯାଇଛି।    ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାସେରୁ ଅଧିକ ସମୟ ଥିଲେ ମଧ୍ୟ ଏବେ ଠାରୁ ୫ ଲକ୍ଷ ଲୋକ ମ୍ୟାଚ୍ ଦେଖିବାକୁ ଟିକେଟ ବୁକ କରି ସାରିଥିବା ଆଇସିସି କହିଛି । ୨୦୨୦ ମହିଳା ବିଶ୍ୱକପ ପରେ ପୂର୍ଣ୍ଣ କ୍ଷମତାର ଦର୍ଶକଙ୍କ ସହ ଚଳିତ ବର୍ଷ ପୁରୁଷ ଟି୨୦ ବିଶ୍ୱକପ ଆୟୋଜନ ହେବ। ମହିଳା ବିଶ୍ୱକପ ଫାଇନାଲରେ ୮୬,୧୭୪ ଜଣ ଦର୍ଶକ ମ୍ୟାଚ୍‌କୁ ଷ୍ଟାଡିୟମରେ ଉପଭୋଗ କରିଥିଲେ। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜକ ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୨ରେ ଅନୁଷ୍ଠିତ ହେବ । ଏଠାରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇଥିଲା। ହେଲେ ପାକିସ୍ତାନ ସୁପର ୪ରେ ଭାରତକୁ ହରାଇ ଏହାର ମଧୁର ପ୍ରତିଶୋଧ ନେଇଥିଲା। ଏବେ ପୁଣିଥରେ ଦୁଇ ଦେଶ ଅକ୍ଟୋବର ୨୩ ବିଶ୍ୱକପରେ ମୁହାଁମୁହିଁ ହେବେ।

Leave A Reply

Your email address will not be published.