Latest Odisha News

BREAKING NEWS

ସାନ ଭଉଣୀର ମୃତଦେହ ଠାବ, ବଡ ଭଉଣୀ ଏବେବି ନିଖୋଜ

ବଲାଙ୍ଗିର: ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର । ସୋନପୁର ଜିଲ୍ଲାରୁ ଠାବ ହୋଇଛି ସାନଭଉଣୀଙ୍କ ମୃତଦେହ। ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ଠାବ ହୋଇଛି। ମୃତା ଯୁବତୀ ଆଞ୍ଚଲ ଅଗ୍ରୱାଲା ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ତେବେ ତାଙ୍କ ବଡ଼ ଭଉଣୀଙ୍କର ଏ ଯାଏ ପତ୍ତା ମିଳିପାରି ନାହିଁ।

ଗତ ୧୫ ତାରିଖ ପୂର୍ବାହ୍ନ ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ  ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଓଡ୍ରାଫ ଟିମ୍‌ ଓ ସ୍କୁବା ଡାଇଭର ପ୍ରମୁଖ ଖୋଜାଖୋଜି ଆରମ୍ଭ କରିଥିଲେ।  ତେବେ ୨ ଦିନ ହେବ ନିଖୋଜ ଭଉଣୀଙ୍କ ପତ୍ତା ମିଳିପାରି ନ ଥିବା ବେଳେ ଆଜି ଜଣଙ୍କ ମୃତଦେହ ଭାସମାନ ଅବସ୍ଥାରେ ଡେଇଁଥିବା ସ୍ଥାନରୁ ୩୦ କିମି ଦୂରରୁ ଉଦ୍ଧାର ହୋଇଛି।

Leave A Reply

Your email address will not be published.