Latest Odisha News

BREAKING NEWS

ନବୀନ-ଜଗନ ଆଲୋଚନା ଶେଷ, ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ୱର : ନବୀନ-ଜଗନ ଆଲୋଚନା ଶେଷ ହୋଇଛି । ଲୋକସେବା ଭବନରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇ ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଛି ।

୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଗୁଡିକ ହେଲା –

  • କୋଟିଆ ସୀମା ବିବାଦ
  • ନେରାଡ଼ି ବ୍ୟାରେଜ୍
  • ଝଞ୍ଜାବତୀ ଡ୍ୟାମ୍
  • ପୋଲାଭରମ
  • ବାହୁଡ଼ା ନଦୀରୁ ଜଳ ଛାଡ଼ିବା
  • ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ

ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପଟାନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ବହି ଯୋଗାଣ, ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ବୈଠକରେ ୨ ରାଜ୍ୟର ମୁଖ୍ୟ ଶାସନ ସଚିବ , ଜଳ ସଂପଦ ସଚିବ , ରାଜସ୍ବ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ କିଛି ମିନିଟ୍ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଛି । ନବୀନ ନିବାସ ଯିବାକୁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ଲୋକସେବା ଭବନରୁ ସିଧାସଳଖ ବିମାନବନ୍ଦର ଅଭିମୁଖେ ଯାଇଛନ୍ତି ଜଗନମୋହନ ।

Leave A Reply

Your email address will not be published.