Latest Odisha News

BREAKING NEWS

ଫାଇନାଲରେ ଲଢ଼େଇ କରି ହାରିଲେ ରବି କୁମାର, ଭାରତକୁ ମିଳିଲା ଆଉ ଏକ ରୌପ୍ୟ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତ ଆଉ ଏକ ରୌପ୍ୟ ପଦକ ହାସଲ କରିଛି । ରେସଲର ରବି କୁମାର ୫୭ କେଜି ଫ୍ରିଷ୍ଟାଇଲ ବିଭାଗ ଫାଇନାଲରେ ରୁଷିଆନ ଅଲିମ୍ପିକ କମିଟିର ଜାଭୁଆର ଉଗେଭଙ୍କ ନିକଟରୁ ୪-୭ରେ ପରାଜିତ ହୋଇଛନ୍ତି । ଏକଦା ମୁକାବିଲା ୨-୨ ରୋମାଂଚକ ସ୍ଥିତି ଥିବା ବେଳେ ଜାଭୁଆର ଗୁରୁତ୍ୱପୂର୍ଣ୍ଣ ୨ ପଂଏଟ ଲିଡ କରିଥିଲେ ।

ଶେଷ ୯୦ ସେକେଣ୍ଡ ରବି କଡା ସଂଘର୍ଷ କରିଥିଲେ ମଧ୍ୟ ଏହି ଅଭିଜ୍ଞ ରେସଲରଜଣକ ତାଙ୍କର ସମସ୍ତ ଉଦ୍ୟମ ପଣ୍ଡ କରି ଦେଇଥିଲେ । ରବିଙ୍କ ପରାଜୟ ସହ ବ୍ୟକ୍ତିଗତ ଇଭେଂଟରେ ଭାରତର ସ୍ୱର୍ଣ୍ଣ ପଦକ ହାସଲରେ ଆହୁରି ବିଳମ୍ବ ଘଟିଛି ।

Leave A Reply

Your email address will not be published.