Latest Odisha News

BREAKING NEWS

ଡିଫେନ୍ସ ଏକ୍ସପୋ ୨୦୨୦: ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆର ସବୁଠାରୁ ବଡ ପ୍ରତିରକ୍ଷା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଫେବୃଆରୀ ୫ ଅର୍ଥାତ୍ ଆସନ୍ତାକାଲି ଠାରୁ ଲକ୍ଷ୍ନୌରେ ଆରମ୍ଭ ହେବାକୁ ଯାଉଛି ଡିଫେନ୍ସ ଏକ୍ସପୋ । ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ଚାଲିବ । ଏଥିରେ ଆଣ୍ଟି-ସାଟେଲାଇଟ୍‌, ଆସେନ୍ ମିସାଇଲ, ସ୍ୱଦେଶୀ ଫାଇଟର ଜେଟ୍ ଏଲସିଏ ତେଜସ୍ ଓ ଏଲସିଏଚ ହେଲିକପ୍ଟର ମୁଖ୍ୟ ଆକର୍ଷଣ ରହିବ । ଏହା ଏସିଆର ସବୁଠାରୁ ବଡ ପ୍ରତିରକ୍ଷା ପ୍ରଦର୍ଶନୀ । ଏଥିରେ ଦେଶ-ବିଦେଶରୁ ପାଖାପାଖି ୧ହଜାର କମ୍ପାନୀ ଭାଗ ନେବେ ।

ଡିଫେନ୍ସ ଏକ୍ସପୋରେ ସରକାରୀ ସଂସ୍ଥା- ଡିଆରଡିଓ ଓ ଏଚଏଏଲ ମୁଖ୍ୟ କମ୍ପାନୀ ଭାବେ ଭାଗ ନେଉଛନ୍ତି । ଏବଂ ଏହି ଦୁଇଟି କମ୍ପାନୀର ସର୍ବାଧିକ ଅସ୍ତ୍ର, ଯୁଦ୍ଧ ବିମାନ, ହେଲିକପ୍ଟର ଓ ଅନ୍ୟ ସୈନ୍ୟ ସାମଗ୍ରୀ ରହିଛି । ପ୍ରତିରକ୍ଷା ମନ୍ତ୍ରାଳୟ ମୁତାବକ, ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ କେନ୍ଦ୍ର (ଡିଆରଡିଓ) ପକ୍ଷରୁ ୫୦୦ ସାମରିକ ଓ ରଣନୈତିକ ଅସ୍ତ୍ର ପ୍ରଦର୍ଶନ କରାଯିବ ।

ଡିଆରଡିଓ ପକ୍ଷରୁ ଏଥର ଆଣ୍ଟି –ସାଟେଲାଇଟ୍ ମିସାଇଲ, ଆସେଟ୍‌କୁ ଦୁନିଆ ଆଗରେ ପ୍ରଦର୍ଶନ କରାଯିବ । ଏହାବ୍ୟତୀତ ବ୍ରହ୍ମୋସ ମିସାଇଲ, ଆଟୈଗ ତୋପ, ପିନାକା ରକେଟ୍ ଲଂଚର, ଅର୍ଜୁନ ଟ୍ୟାଙ୍କ, ରୁସ୍ତମ ଡ୍ରୋନ୍‌, ସିବିଆରଏନ, ଗିୟର-ସୁଟ, ଲେଜର ଫେନ୍ସ ଇତ୍ୟାଦି ମୁଖ୍ୟ ଆକର୍ଷଣ ରହିବ ।

Leave A Reply

Your email address will not be published.