Latest Odisha News

BREAKING NEWS

ପୁରୁଷଙ୍କ ପରି ଦାଢି ରଖନ୍ତି ମହିଳା, ଲୋକେ ସର୍କସର ଜୋକର ଭାବନ୍ତି

କାଲିଫର୍ଣ୍ଣିଆ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ସେମାନଙ୍କ ଅଜବ କାର୍ଯ୍ୟକଳାପ ଦେଖି ଲୋକମାନେ ତାଙ୍କୁ ମୂର୍ଖ କିମ୍ବା ଅଜବ ପ୍ରବୃତ୍ତି ଥିବା ବ୍ୟକ୍ତି ଭାବରେ ବିବେଚନା କରନ୍ତି । ବେଳେବେଳେ ଏହା ଅଦ୍ଭୁତ ଲାଗୁଥିଲେ ବି ସେମାନଙ୍କ ପଛରେ ଥିବା କାରଣଗୁଡ଼ିକ ଏତେ ଅର୍ଥପୂର୍ଣ୍ଣ ହୋଇଥାଏ ଯେ ଜାଣିଲେ ମୁହଁ ଆପେ ଆପେ ବନ୍ଦ ହୋଇଯାଏ । ଆମେରିକୀୟ ଜଣେ ମହିଳା ପୁରୁଷଙ୍କ ପରି ଦାଢି ରଖିବାକୁ ପସନ୍ଦ କରନ୍ତି । ଏହାକୁ କାଟିବା ପରିବର୍ତ୍ତେ ଯତ୍ନର ସହକାରେ ରଖିଥାନ୍ତି । ଏହାର କାରଣ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

କାଲିଫର୍ଣ୍ଣିଆର ବାସିନ୍ଦା ୨୯ ବର୍ଷିର‌୍ୟ ନାଜାନିନ୍ ଆଫଶର । ସେ ଜଣେ ସମଲିଙ୍ଗୀ ଅଟନ୍ତି । ତଥାପି ସେ ନିଜକୁ ଜଣେ ମହିଳା ଭାବେ ଭାବନ୍ତି । ଯେତେବେଳେ ତାଙ୍କୁ ୨୦ ବର୍ଷ ବୟସ ହେଲା ସେତେବେଳେ ତାଙ୍କ ମୁହଁରେ ଟିକେ ଟିକେ କେଶ ଉଠିବାକୁ ଲାଗିଲା । ସେ ଏହି କେଶଗୁଡ଼ିକୁ ସଫା କରିବାକୁ ଲାଗିଲେ । ହେଲେ ପରେ ସେ ଅନୁଭବ କଲେ ଯେ ଏହି ଦାଢିଗୁଡ଼ିକ ତାଙ୍କର ପରିଚୟ । ତେଣୁ କାଟିବା ବନ୍ଦ କରିଦେଲେ । ଏହାକୁ ସେ ଜୀବନର ଏକ ଅଂଶ ଭାବେ ଭାବିଥିଲେ ମଧ୍ୟ ଏବେ ବି ସୋସିଆଲ ମିଡିଆରେ ଲୋକମାନେ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି । ଅନେକ ଲୋକ ତାଙ୍କୁ ସର୍କସରେ କାମ କରୁଥିବା ଜୋକର୍ ସହିତ ତୁଳନା କରିଥାନ୍ତି । ଆଉ କିଛି ଲୋକ ମନୋରଞ୍ଜନର ଏକ ଖୋରାକ ଭାବରେ ବିବେଚନା କରନ୍ତି, ଯାହା ତାଙ୍କୁ ବହୁତ ଆଘାତ ଦେଇଥାଏ ।

ନାଜାନିନ୍ ଜଣେ ଆଇନ ପରାମର୍ଶଦାତା । ସେ କୁହନ୍ତି ଯେ, ଆରମ୍ଭରେ ସେ ଏହି ଦାଢିକୁ କାଟି ସଫା କରୁଥିଲେ, କିନ୍ତୁ ଯେତେବେଳେ ଏହା ଅଧିକ ହେଲା, ତାଙ୍କୁ ନିୟମିତ କାଟିବାକୁ ପଡିଲା । ପରେ ଏହି ଦାଢି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଲା, ଯେଉଁ କାରଣରୁ ସେ ଦାଢି କାଟିବା ବନ୍ଦ କରିଦେଲେ । ଏହି ଦାଢି ତାଙ୍କୁ ଆତ୍ମବିଶ୍ୱାସୀ କରେ । ବାହାରକୁ ଗଲେ ଲୋକମାନେ ତାଙ୍କୁ ପଚାରନ୍ତି ଯେ ଆପଣ ପୁରୁଷ ନା ମହିଳା । ଯାହାର ଉତ୍ତରରେ ସେ କୁହନ୍ତି ମୁଁ ଉଭୟ ।

Leave A Reply

Your email address will not be published.