Latest Odisha News

ଚାପ ପକାଇ ମହିଳାଙ୍କ ଚୁଟି କଟାଇ ଫସିଲା ହୋଟେଲ ଚେନ ଆଇଟିସି, କ୍ଷତିପୂରଣ ବାବଦକୁ ଦେବ ୨କୋଟି

ମୁମ୍ବାଇ: କଞ୍ଜୁମର କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛି । ଜଣେ ମହିଳାଙ୍କୁ ଚାପ ପକାଇ ଚୁଟି ଛୋଟ କରିବାକୁ ବାଧ୍ୟ କରିଥିବା ଦେଶର ଲକଜରୀ ହୋଟେଲ ଚେନ ଆଇଟିସିକୁ ଦଣ୍ଡିତ କରିଛି । କ୍ଷତିପୂରଣ ବାବଦକୁ ଉକ୍ତ ମହିଳାଙ୍କୁ ହୋଟେଲ ୨କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଅଯାଇଛି । ଚୁଟି ଛୋଟ ହୋଇଯିବା ପରେ ମହିଳାଙ୍କ ସୌନ୍ଦର୍ଯ୍ୟ କମି ଯାଇଥିଲା । ଫଳରେ ତାଙ୍କର ମଡେଲିଂ କ୍ୟାରିୟର ପ୍ରଭାବିତ ହୋଇଥିଲା ।

୨୦୧୮ ସେପ୍ଟମ୍ବର ୨୧ରେ ମହିଳାଜଣଙ୍କ କେସ କରିଥିଲେ । କଞ୍ଜୁମର କୋର୍ଟ କେସର ଶୁଣାଣୀ ପାଇଁ ଆରକେ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ବେଂଚ ଗଠନ କରିଥିଲେ । ୮ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.