Latest Odisha News

BREAKING NEWS

ମହାନଦୀରେ ଭାସିଯାଉଥିବା ହାତୀ କଟକ ମୁଣ୍ଡୁଳିରେ ଅଟକିଲା, ଏବେ ପୁଣି ନଦୀମୁହାଁ

କଟକ: ମହାନଦୀର ପ୍ରଖର ସୁଅ ଆଗରେ ହାର ମାନିଥିଲା ହାତୀ । ଶେଷରେ ଭାସଭାସି ମୁଣ୍ଡୁଳିରେ ଅଟକିଥିଲା । ଆଜି ସକାଳୁ ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବିଭାଗ ଚେଷ୍ଟା କରିଥିଲେ ହେଁ ହାତୀଟି ପୁଣି ନଦୀମୁହାଁ ହୋଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଠଗଡ ବ୍ଲକର ନୂଆଶାସନରୁ ଚନ୍ଦକା ଅଭିମୁଖେ ବାହାରିଥିବା ୧୭ଟି ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ମହାନଦୀର ପ୍ରଖର ସୁଅରେ ଭାସିଯାଇଥିଲା । ସ୍ଥାନୀୟ ଲୋକେ ହାତୀଟିକୁକୁ ନଦୀ ଭିତରେ ଫସିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଫସିଥିବା ହତୀଟି ପୁଣି ନଦୀମୁହାଁ ହୋଇଥିଲାବେଳେ ବନ ବିଭାଗ ତାକୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.