Latest Odisha News

BREAKING NEWS

ସମ୍ପର୍କୀୟଙ୍କ ସହ ଲାଗିଥିଲା ପ୍ରେମିକାର ବିବାହ, ସହିପାରିଲାନି ପ୍ରେମିକ ତା’ପରେ…. 

ନୂଆଦିଲ୍ଲୀ : ନିଜ ପ୍ରେମକୁ ପାଇବା ପାଇଁ ସମ୍ପର୍କୀୟକୁ ବି ଛାଡ଼ିଲା ନାହିଁ ଜହ୍ଲାଦ ପ୍ରେମିକ । ଯୋଜନାବନ୍ଧ ଭାବେ ସମ୍ପର୍କୀୟଙ୍କୁ ଛୁରି ଭୁସି ହୋଇଗଲା ଫେରାର୍‌ । ପ୍ରେମିକାର ନିଜ ସମ୍ପର୍କୀୟଙ୍କ ସହ ଲାଗିଥିଲା ବିବାହ ପ୍ରସ୍ତାବ, ସହିପାରିଲାନି ପ୍ରେମିକ । ଦୁହିଁଙ୍କ ରାସ୍ତାରେ କଣ୍ଟା ସାଜିଥିବା ସମ୍ପର୍କୀୟଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରୁ ଆସିଛି ।

ପୋଲିସ କହିବା ଅନୁଯାୟୀ, ଯୁବକ ଜଣକ ନିଜ ସମ୍ପର୍କୀୟକୁ ଦିଲ୍ଲୀରେ ହତ୍ୟା କରି ଫେରାର ହୋଇ ଯାଇଥିବା ବେଳେ ବାଙ୍ଗାଲୁରୁରୁର ଭିନାୟକ ଥିଏଟରରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଆବୁ ଉସମାନ । ସେ ଜଣେ ଯୁବତୀଙ୍କୁ ଭଲପାଉଥିଲେ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ  । କିନ୍ତୁ ସେହି ଯୁବତୀଙ୍କର ପ୍ରେମିକ ଆବୁସାନଙ୍କ ସମ୍ପର୍କୀୟ ଅନଓ୍ୱାରୁଲ ହକ୍‌ଙ୍କ ସହ ବିବାହ ପ୍ରସ୍ତାବ ଲାଗିଥିଲା  । ଅନଓ୍ୱାରୁଲ ମଧ୍ୟ ସେହି ଯୁବତୀ ଜଣକକୁ ବିବାହ କରିବାକୁ ଇଚ୍ଛୁକ ଥିଲେ  । ଯାହାକୁ ପରସ୍ପର ମଦ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା  । ଫଳରେ ଦୁଇ ପ୍ରେମପକ୍ଷୀଙ୍କ ମଧ୍ୟରେ କଣ୍ଟା ସାଜିଥିବା ଯୁବକଙ୍କ ଜୀବନ ନେଇଗଲା ପ୍ରେମିକ ଆବୁସାନ । ଗତ ଜୁଲାଇ ୩୧ତାରିଖରେ ଯୋଜନା କରି ନିଜ ସହଯୋଗୀଙ୍କ ମାଧ୍ୟମରେ ସୈରପୁର ଚୌକ ନିକଟରେ ଅନଓ୍ୱାରୁଲଙ୍କ ଉପରେ ଆକ୍ରମଣ କରିଥିଲେ  ।  ସେଠାରେ ହତ୍ୟା କରି ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ ଆବୁସାନ୍‌  ।

ଅଭିଯୋଗ ପରେ ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ଉସମାନଙ୍କ ୨ ସହଯୋଗୀ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଘଟଣାର ୫ ମାସ ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

Leave A Reply

Your email address will not be published.