Latest Odisha News

BREAKING NEWS

ସୁନ୍ଦର ଚେହେରା ଦେଖି ନିରୀହ ଭାବିଯିବେନି; ଇଏ ହେଉଛନ୍ତି ଆତଙ୍କୀ ଦୁନିଆର ହ୍ୱାଇଟ୍ ଓ୍ୱିଡୋ ସାମନ୍ଥା ଲୁଇସ୍ ଲ୍ୟୁଥଓ୍ୱେଟ୍

କେନିଆ : ଫଟୋରେ ସୁନ୍ଦରୀ ଯୁବତୀଙ୍କୁ ଦେଖି ତାଙ୍କୁ ନିରୀହ ଭାବିଯିବେନି । ‘ଆତଙ୍କର ହ୍ୱାଇଟ୍ ଓ୍ୱିଡୋ’ ଭାବେ ସେ ପରିଚିତ । ୪ ଶହ ଲୋକଙ୍କ ଜୀବନ ନେଇଛନ୍ତି ଏଇ ସୁନ୍ଦର ତରୁଣୀ । ନାଁ ତାଙ୍କର ସାମନ୍ଥା ଲୁଇସ୍ ଲ୍ୟୁଥଓ୍ୱେଟ୍ । ଆତଙ୍କୀ ଦୁନିଆର ବେଗମ୍ । ବ୍ରିଟେନର କୁଖ୍ୟାତ ମହିଳା ଆତଙ୍କୀ ସାମନ୍ଥା ଓରଫ୍ ଶେରାଫିଆ । ଏକ ଦଶକରେ ଆତଙ୍କୀ ଦୁନିଆରେ ଖୁବ୍ ନାଁ କରିଥିଲେ ।

୫ ଡିସେମ୍ୱର ୧୯୮୩ରେ ସାମନ୍ଥାଙ୍କ ଜନ୍ମ ଉତ୍ତର ଆୟର୍ଲାଣ୍ଡରେ ଥିଲା । ସେ ଜର୍ମାନର ମୋରିସ୍ ଲିଣ୍ଡସେ ନାମକ ଆତଙ୍କବାଦୀଙ୍କୁ ବାହା ହୋଇଥିଲେ, ହେଲେ ୭ ଜୁଲାଇ ୨୦୦୫ରେ ୩ ଆତଙ୍କୀଙ୍କ ସହିତ ଲଣ୍ଡନର ମେଟ୍ରୋରେ ଭୀଷଣ ବିସ୍ଫୋରଣ ଘଟାଇବା ବେଳେ ନିହତ ହୋଇଥିଲା ।

ତାପରେ ସାମନ୍ଥା ସ୍ୱାମୀଙ୍କ ମିଶନ ପୂରା କରିବାରେ ଲାଗିପଡିଲେ । ସାମନ୍ଥାଙ୍କ ଅନେକ ନାଁ । ହ୍ୱାଇଟ୍ ଓ୍ୱିଡୋ ନାମରେ ସେ ଆତଙ୍କୀ ଦୁନିଆରେ ଜଣାଶୁଣା । ଆଫ୍ରିକାରେ କୃଷ୍ଣକାୟଙ୍କ ରକ୍ତର ହୋଲି ଖେଳିଛନ୍ତି ଏହି ଗୋରା ମହିଳା ।

ଲଣ୍ଡନ ଧମାକାର ୬ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ସେ ସୋମାଲିଆ ଆତଙ୍କୀ ସଂଗଠନ ସହ ବି ଯୋଡି ହୋଇଥିଲେ । ଅନେକ ଆତ୍ମଘାତୀ ଆକ୍ରମଣର ଷଡଯନ୍ତ୍ରରେ ସେ ସାମିଲ । କେନିଆ ୟୁନିର୍ଭସିଟିରେ ବିସ୍ଫୋରଣ ପଛରେ ତାଙ୍କର ହାତ ଥିଲା ବୋଲି କୁହାଯାଏ, ଯେଉଁଥିରେ ୧୪୮ଜଣଙ୍କ ପ୍ରାଣହାନୀ ହୋଇଥିଲା ।

୪ଟି ସନ୍ତାନର ମାଆ ହୋଇଥିଲେ ସାମନ୍ଥା । କୁଖ୍ୟାତ ଆତଙ୍କବାଦୀ ତଥା ଅଲକାଏଦା ନେଟଓ୍ୱର୍କର ପୂର୍ବତନ ମୁଖ୍ୟ ଓସାମା ବିନ ଲାଡେନକୁ ନିଜର ପ୍ରକୃତ ପ୍ରେମ ବୋଲି କହୁଥିଲେ । ଯାହା ପୋଲିସ ପାଇଥିବା ତାଙ୍କର ଏକ କବିତାରୁ ବୁଝାପଡେ ।

ସେପ୍ଟେମ୍ୱର ୨୦୧୩ରେ ନେରୋବିର ଏକ ସପିଂ ମଲରେ ହୋଇଥିଲା ଆତଙ୍କୀ ହମଲା ।ଏଥିରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସାମନ୍ଥାଙ୍କୁ ଗିରଫ କରିବା ପାଇଁ କେନିଆ ସରକାର ଇଣ୍ଟରପୋଲର ସହାୟତା ମାଗିଥିଲେ । ଫଳରେ ଇଣ୍ଟରପୋଲ ତାଙ୍କ ନାଁରେ ଜାରି କରିଥିଲା ରେଟ୍ କର୍ଣ୍ଣର ନୋଟିସ । ସେହି ଦିନରୁ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ସାମନ୍ଥା । କିଛି ବର୍ଷରୁ ଆତଙ୍କର ହ୍ୱାଇଟ୍ ଓ୍ୱିଡୋଙ୍କ ଆଉ ପତ୍ତା ମିଳୁନି ।

 

Leave A Reply

Your email address will not be published.