Latest Odisha News

BREAKING NEWS

RuPay ‘On-The-Go’ cards: ଦେଶସାରା ଯାତ୍ରା କରିବା ହେବ ସହଜ..ଲଞ୍ଚ ହେଲା RuPay ‘ଅନ୍-ଦି-ଗୋ’ NCMC କାର୍ଡ

ନୂଆଦିଲ୍ଲୀ:ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ଯାତ୍ରୀମାନଙ୍କ ଯାତ୍ରାକୁ ସହଜ ଏବଂ ଅଧିକ ହାଇଟେକ୍ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ଯାତ୍ରୀମାନଙ୍କୁ ଆଉ ବିଭିନ୍ନ ସହର ମଧ୍ୟରେ ଯାତ୍ରା କରିବା ପାଇଁ ପୃଥକ କାର୍ଡ ବ୍ୟବହାର କରିବାକୁ ପଡିବ ନାହିଁ। ଦିଲ୍ଲୀ ମେଟ୍ରୋ ଏୟାରଟେଲ ପେମେଣ୍ଟସ୍ ବ୍ୟାଙ୍କ ସହିତ ସହଭାଗୀତାରେ ସହ-ବ୍ରାଣ୍ଡେଡ୍ RuPay ‘On-The-Go’ NCMC କାର୍ଡ ଲଞ୍ଚ କରିଛି।

ଏହି କାର୍ଡଟି ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (NCMC) ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ, ଯାହା ଏହାକୁ ଦେଶର ଅନ୍ୟ ମେଟ୍ରୋ ଏବଂ ବସ୍ ନେଟୱାର୍କ ସହିତ ‘ଇଣ୍ଟରଅପରେବଲ୍’ କରିଥାଏ।

ରବିବାର ଦିଲ୍ଲୀ ମେଟ୍ରୋ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି କାର୍ଡଟି ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ DMRC ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବିକାଶ କୁମାର ଏବଂ ଏୟାରଟେଲ୍ ପେମେଣ୍ଟସ୍ ବ୍ୟାଙ୍କର ଏମ୍ଡି ଏବଂ ସିଇଓ ଅନୁବ୍ରତ ବିଶ୍ୱାସଙ୍କ ସମେତ ଉଭୟ ସଂଗଠନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଡିଏମଆରସି କହିଛି ଯେ ଏହି କାର୍ଡ ଆଗାମୀ ଦଶ ଦିନ ମଧ୍ୟରେ ସମସ୍ତ ମେଟ୍ରୋ ଷ୍ଟେସନରେ ଉପଲବ୍ଧ ହେବ। ଯାତ୍ରୀମାନେ ଡିଏମଆରସି କିମ୍ବା ଏୟାରଟେଲ ଆପ୍ ମାଧ୍ୟମରେ ଏହାକୁ ଡିଜିଟାଲ ଭାବରେ ରିଚାର୍ଜ କରିପାରିବେ। ଏହା ଟପ୍-ଅପ୍ ପାଇଁ ଷ୍ଟେସନରେ ଲାଇନ୍ ହ୍ରାସ କରିବ।

ଡିଏମଆରସି ଅନୁଯାୟୀ, ଏହି ପଦକ୍ଷେପ କେନ୍ଦ୍ର ସରକାରଙ୍କ ଏକ ରାଷ୍ଟ୍ର, ଏକ କାର୍ଡ ଦୃଷ୍ଟିକୋଣ ଉପରେ ଆଧାରିତ । ବର୍ତ୍ତାମାନର ଦିଲ୍ଲୀ ମେଟ୍ରୋ କାର୍ଡଗୁଡ଼ିକ କେବଳ ମେଟ୍ରୋ ନେଟୱାର୍କରେ ସୀମିତ । କନ୍ତୁ ନୂତନ NCMC କାର୍ଡ ଏକାଧିକ ସହର ଏବଂ ପରିବହନ ବ୍ୟବସ୍ଥାରେ ବ୍ୟବହାରଯୋଗ୍ୟ ହେବ। ପୁରୁଣା କାର୍ଡଗୁଡ଼ିକ ପୂର୍ବ ପରି କାର୍ଯ୍ୟ କରିବ।

କାର୍ଡରେ କ’ଣ ରହିଛି ଖାସ୍:-

-ଦୁଇଟି କ୍ୟାଟାଗୋରୀରେ ଉପଲବ୍ଧ

ଏହି କାର୍ଡ ଡେବିଟ୍ କାର୍ଡ ଏବଂ ପ୍ରିପେଡ୍ ପେମେଣ୍ଟ୍ ଉପକରଣ (PPI) ଫର୍ମାଟରେ ଉପଲବ୍ଧ ହେବ।

-ଓପନ୍ ଲୁପ୍ ସିଷ୍ଟମ୍
ଏହାର ସବୁଠାରୁ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଏହାର ଓପନ୍-ଲୁପ୍ ସିଷ୍ଟମ୍, ଯାହା ଏହାକୁ କେବଳ ମେଟ୍ରୋରେ ସୀମିତ ରଖିନାହିଁ ।

-ଦେଶବ୍ୟାପୀ ବ୍ୟବହାର
ଦିଲ୍ଲୀ ମେଟ୍ରୋ ବ୍ୟତୀତ, ଏହି କାର୍ଡ ସମସ୍ତ ସହରରେ ବ୍ୟବହାର କରାଯାଇପାରିବ । ସୂଚନାଥାଉକି ଯେଉଁଠାରେ NCMC ସେବା ଉପଲବ୍ଧ।

-ଡିଜିଟାଲ୍ ରିଚାର୍ଜ ସୁବିଧା
ଏବେ, ଯାତ୍ରୀମାନଙ୍କୁ ସେମାନଙ୍କର ଟୋକନ୍ କିମ୍ବା କାର୍ଡ ରିଚାର୍ଜ କରିବା ପାଇଁ ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ସେମାନେ DMRC କିମ୍ବା Airtel ଆପ୍ ମାଧ୍ୟମରେ ଯେକୌଣସି ସମୟରେ ଅନଲାଇନରେ ଟପ୍ ଅପ୍ କରିପାରିବେ।

-ଏହା ସପିଂ ପାଇଁ ମଧ୍ୟ ଉପଯୋଗୀ ହେବ
ଏହି କାର୍ଡ କେବଳ ଯାତ୍ରା ପାଇଁ ନୁହେଁ ବରଂ ରିଟେଲ ସପିଂ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

 

Leave A Reply

Your email address will not be published.