Latest Odisha News

BREAKING NEWS

ଦିଲ୍ଲୀ ହିଂସାରେ ୩୮ ମୃତ; ୧୦ ଘଣ୍ଟା ଲାଗି ୧୪୪ ଧାରା କୋହଳ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଶୋଂଧନ ଆଇନ୍ (ସିଏଏ) ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ନିକଟରେ ହୋଇଥିବା ହିଂସାକାଣ୍ଡରେ ଏଯାବତ୍ ୩୮ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏହା ଘଟଣାର ଯାଞ୍ଚ କ୍ରାଇମ୍ ବ୍ରାଞ୍ଚର ୨ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରୁଥିବା ବେଳେ ଏପର୍ଯ୍ୟନ୍ତ ମୋଟ୍ ୪୮ଟି ଏଫଆଇଆର୍ କରାଯାଇଛି । ଏଥିସହିତ ପ୍ରାୟ ୫୦୦ ବ୍ୟକ୍ତିଙ୍କୁ ଅଟକ ମଧ୍ୟ ରଖାଯାଇଛି ।

ଏହାବ୍ୟତିତ ଦିଲ୍ଲୀରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣଙ୍କୁ ଅପିଲ କରିଥିବା ବେଳେ ୭ ହଜାର ପାରାମିଲିଟାରୀ ଫୋର୍ସକୁ ଉକ୍ତ ଅଞ୍ଚଳ ଗୁଡିକରେ ମୁତୟନ କରାଯାଇଛି ।

ଆହୁରି ମଧ୍ୟ ଉତ୍ତର-ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ୧ମାସ ଯାଏଁ ଲାଗୁ କରାଯାଇଥିବା ୧୪୪ ଧାରାକୁ ପ୍ରଶାସନ ପକ୍ଷରୁ ପାଖାପାଖି ୧୦ ଘଣ୍ଟା ଯାଏଁ କୋହଳ କରାଯାଇଥିବା ଜାତୀୟ ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.