Latest Odisha News

BREAKING NEWS

କୋଇଲା ରୟାଲିଟି ବୃଦ୍ଧି ପାଇଁ ଦାବି କରିବ ଓଡିଶା

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ପୂର୍ବାଞ୍ଚଳ ପରିଷଦ ବୈଠକ ଭୁବନେଶ୍ୱର ଠାରେ ଆୟୋଜିତ କରାଯିବ ।

କୋଇଲା ରୟାଲିଟି, ଅପରାଧ ନିୟନ୍ତ୍ରଣ ଆଦି ଉପରେ ଓଡିଶା ପକ୍ଷରୁ ଦାବି କରାଯିବାର ସମ୍ଭାବନା ରହିଛି ।

ଏହି ବୈଠକରେ ବିହାର, ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟ ଯୋଗ ଦେବେ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଭୁବନେଶ୍ୱରରେ ଥିବାବେଳେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ଏଠାରେ ପହଞ୍ଚିବେ ବୋଲି ସୂଚନା ମିଳିଛ ।

ଏହି ଅବସରରେ କୋଇଲା ରୟାଲିଟି ବୃଦ୍ଧି, ଆନ୍ତଃରାଜ୍ୟ ଜଳ ବିବାଦ, ବିଦ୍ୟୁତ୍ ସରବରାହ ସହ ଅପରାଧ ଗୁଡିକର ତଦନ୍ତ ପ୍ରସଙ୍ଗ ଆଦି ଉଠିପାରେ । ଏହାବ୍ୟତିତ ଦୂର ସଞ୍ଚାର ଓ ବ୍ୟାଙ୍କିଂ ସେବାର ଭିତ୍ତିଭୂମି ଉପରେ ମଧ୍ୟ ଆଲୋଚନା ହୋଇପାରେ ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ବୈଠକରେ ଯୋଗ ଦେଇନପାରନ୍ତି ବୋଲି ଗଣମାଧ୍ୟମ ସୁତ୍ରରୁ ପ୍ରକାଶ । ସେ ଯୋଗନଦେଲେ ଝାଡଖଣ୍ଡ କଂଗ୍ରେସ ଷ୍ଟେଟ୍ ୟୁନିଟ୍ ଚିଫ୍ ଏବଂ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାନ୍ ତାଙ୍କର ପ୍ରତିନିଧିତ୍ୱ କରିବେ ।

ଆହୁରି ମଧ୍ୟ ଓଡିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “କୋଇଲା ରୟାଲିଟିରେ ବୃଦ୍ଧି ଓ ୧୧,୦୦୦ ଗ୍ରାମକୁ ମୋବାଇଲ ସଂଯୋଗ, ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ଓ କ୍ଲିନ୍ ଏନର୍ଜି ସେସ୍ ପ୍ରସଙ୍ଗ ଉପରେ ଓଡିଶା ସରକାରା ଦାବି ଉପସ୍ଥାପନା କରିବେ” ।

Leave A Reply

Your email address will not be published.