Latest Odisha News

BREAKING NEWS

୪ ଯୁବକଙ୍କୁ ଅପହରଣ ମାମଲା: ଜଣେ ଅଟକ, ଟଙ୍କା ପାଇଁ ଦିଆଯାଉଥିଲା ନିର୍ଯାତନା

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲାରେ ଜଣେ ଅଟକ। ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ଦେଇଛନ୍ତି ସୂଚନା। ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସ୍‌ପି କହିଛନ୍ତି। ଭୁବନେଶ୍ବରରୁ ସମସ୍ତଙ୍କୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ ଅପହରଣକାରୀ। ଋଣ କାରବାରକୁ ନେଇ ଅପହରଣ କରିଥିବା ଅଭିଯୋଗ ହୋଇଛି।

ତେବେ ଏହି ଘଟଣାରେ ଜଣେ ଅପହୃତା ଦିଲ୍ଲୀର ଓ ଅନ୍ୟ ୩ ଜଣ କଟକ ଅଞ୍ଚଳର ବୋଲି ଜଣାପଡିଛି। ୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଅଟନ୍ତି। ଉକ୍ତ ଯୁବକଙ୍କୁ ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବା ବେଳେ ଅପହରଣ କରାଯାଇଥିଲା। ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଉଥିଲେ ଦୁର୍ବୃତ୍ତ। ଏପରିକି ଟଙ୍କା ନଦେଲେ ନାଗ ସାପ ଚୋଟ ଦେବାର ଭୟ ମଧ୍ୟ ଦେଖାଉଥିଲା।

ତେବେ ଏହି ଘଟଣାରେ କୌଶଳ କ୍ରମେ ଜଣେ ଯୁବକ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇବା ପରେ ମାମଲାର ହୋଇଥିଲା ଖୁଲାସା। ତହସିଲଦାରଙ୍କ ସହଯୋଗରେ ପୋଲିସ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ୪ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ନୂଆଗଁ ପୋଲିସ। ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ୍ୟ ଉଦ୍ଧାର ହୋଇଛି।

Comments are closed.