Latest Odisha News

BREAKING NEWS

କଫକାଶ ଦୂର କରିଥାଏ ଏହି ପାଞ୍ଚ ଜଡିବୁଟି..

ଭୁବନେଶ୍ବର: ଶୀତ ଋତୁରେ ଅନେକ ଲୋକଙ୍କୁ କଫ,କାଶ ହୋଇଥାଏ । କିଛିଜଣଙ୍କ କାଶ ସମସ୍ୟା ଶୀଘ୍ର ଛାଡେ ନାହିଁ । ଛାତିରେ କଫ ଜମା ହୋଇ ରହିଥାଏ । ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଜଡିବୁଟି  ବେଶ୍ ଲାଭଦାୟକ  ।

–  ସଧାରଣତଃ ଘରେ ତୁଳସୀ ଗଛ ଥାଏ । ଏହା କାଶ ଏବଂ ଥଣ୍ଡା ଜ୍ବରରେ ବହୁତ ଲାଭଦାୟକ । ଏହାର ପତ୍ରରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ମିଳିଥାଏ ଯାହା ଶ୍ୱାସକ୍ରିୟା ସଂକ୍ରମଣରେ ସାହାଯ୍ୟ କରିଥାଏ । ବିଶେଷକରି ଗଳା ପାଇଁ ବେଶ୍ ଭଲ । ଆପଣ ତୁଳସୀ ରସ , ତୁଳସୀ ଚା’ ପିଇ ପାରିବେ ।

– ଆଣ୍ଟି ମାଇକ୍ରୋବାୟଲ୍ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ହଳଦୀରେ । ଯାହା କାଶ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଆପଣ ହଳଦୀ କ୍ଷୀର ପିଇ ପାରିବେ ଏବଂ ହଳଦୀ ଚା ମଧ୍ୟ ପିଇ ପାରିବେ ।

– ଅଦା, କାଶ ଏବଂ ଗଳା ସଂକ୍ରମଣକୁ ଠିକ୍ କରିଥାଏ । ବାରମ୍ବାର କାଶ ହେଉଥିଲେ କଞ୍ଚା ଅଦା ଚୋବାନ୍ତୁ କିମ୍ବା ଅଦା ଚା ପିଇ ପାରିବେ ।

-ପିପ୍ପଳି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏଥିସହ ପୁରୁଣା କାଶକୁ ମଧ୍ୟ ଠିକ୍ କରିଥାଏ । ଏହା ଗଳା ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରେ ।

-ଯଦି କଫ ସମସ୍ୟା ଅଧିକ ଅଛି ତେବେ ଏପରି ପରିସ୍ଥିତିରେ ଆପଣ ହରିଡାର ବ୍ୟବହାର କରିପାରିବେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶୀତଦିନେ ଏହାର ସେବନ କରନ୍ତୁ ।

Comments are closed.