Latest Odisha News

BREAKING NEWS

ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ଦାବି: ଅବିଭକ୍ତ କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଜୟପୁର: ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ଏହି ବନ୍ଦ ୪ଟି ଜିଲ୍ଲା ରାୟଗଡ, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ପାଳନ କରାଯାଉଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଅବିଭକ୍ତ କୋରାପୁଟରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ନେଇ ଅନେକ ଦିନରୁ ଦାବି କରାଯାଉଥିବା ବେଳେ ଏନେଇ ସରକାର କୌଣସି ପଦକ୍ଷେପ ନନେଉଥିବା ଯୋଗୁଁ ମିଳିତ କ୍ରିୟାନୁଷ୍ଠାନ କମିଟି ଏବଂ ବାର ଆସୋସିଏସନ୍ ମିଳିତ ହୋଇ ଏହି ବନ୍ଦ ପାଳନ କରୁଛନ୍ତି ।

ତେବେ ବିଜେପି, କଂଗ୍ରେସ, ସିପିଆଇ ଭଳି ବିଭିନ୍ନ ରାଜନୈତିକ ଦଳ ଓ ସମାଜିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି । ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.