Latest Odisha News

BREAKING NEWS

୨୨ ବର୍ଷ ଧରି ସରପଞ୍ଚ… ତଥାପି ନାହିଁ ଖଣ୍ଡିଏ ପକ୍କା ଘର, ଚାଳ ଛପର ତଳେ ଗୁଞ୍ଜିଛନ୍ତି ମୁଣ୍ଡ

ନବରଙ୍ଗପୁରନାଁ ପୁଷ୍ପଲତା… ନାଁ ଭଳି ତାଙ୍କ ହୃଦୟ ବି ବେଶ୍ କୋମଳ । ୨୨ ବର୍ଷ ଧରି ସରପଞ୍ଚ ହେଉଥିଲେ ବି ତାଙ୍କ ପାଖରେ ଖଣ୍ଡିଏ କୁଡ଼ିଆ ଛଡ଼ା ଆଉ କିଛି ନାହିଁ । ଗରିବ ଗୁରୁବାଙ୍କ ସମସ୍ୟା ସହ ଛିଡ଼ା ହୋଇ ଦୁଃଖ ସୁଖ ବାଣ୍ଟୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ସାନମସିଗାଁର ସରପଞ୍ଚ ପୁଷ୍ପଲତା ମାଝୀ ।

୨୦୦୨ ମସିହାରେ ପ୍ରଥମ ଥର ଲାଗି ସରପଞ୍ଚ ହୋଇଥିଲେ ସେ । ସେବେଠୁ ୨୨ ବର୍ଷ ଧରି ସ୍ୱାମୀ, ସ୍ତ୍ରୀ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଆସୁଥିଲେ ବି ନିଜ ପାଖରେ କିଛି ନାହିଁ । ଏବେ ବି ଚାଳ ଛପର ଘରେ ଶାଶୂଙ୍କ ସହ ରହୁଛନ୍ତି । ବର୍ଷକ ତଳେ ପୁଷ୍ପଲତାଙ୍କ ସ୍ୱାମୀ ଆରପାରିକୁ ଚାଲି ଯାଇଛନ୍ତି । ତଥାପି ଅଭାବ ଭିତରେ ପୁଷ୍ପଲତା ଗରିବଙ୍କ ଆର୍ଥିକ ଅନୁଦାନ ଉପରେ ଆଖି ନ ପକାଇ ଆତ୍ମସମ୍ମାନକୁ ଜଗିଛନ୍ତି ।

୨୦୨୨ରେ ପୁଷ୍ପଲତା ତୃତୀୟ ଥର ଲାଗି ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ପାଇଁ କାର୍ଯ୍ୟ କରୁଛନ୍ତି । ପୁଷ୍ପଲତାଙ୍କୁ ସରପଞ୍ଚ ଭାବେ ପାଇ ପଞ୍ଚାୟତବାସୀ ମଧ୍ୟ ବେଶ୍ ଖୁସି । ସମସ୍ତେ ପୁଷ୍ପଲତାଙ୍କ ସଚ୍ଚୋଟପଣିଆ ସହ ବ୍ୟକ୍ତିତ୍ୱର ପ୍ରଶଂସା କରୁଛନ୍ତି । ନିସ୍ୱାର୍ଥପର ଭାବେ ସେ ସମସ୍ତଙ୍କ ସମସ୍ୟା ବୁଝୁଥିବାରୁ ଆଗକୁ ମଧ୍ୟ ପୁଷ୍ପଲତାଙ୍କୁ ସରପଞ୍ଚ ଭାବେ ଜିତାଇବେ ବୋଲି କହିଛନ୍ତି ଲୋକେ ।

ମହଙ୍ଗା ଯୁଗରେ ଏନେକ ସରପଞ୍ଚ ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରୁଥିବା ବେଳେ ପୁଷ୍ପଲତା ମାଝୀ ସମସ୍ତଙ୍କ ପାଇଁ ପ୍ରେରଣା ସହ ଉଦାହରଣ ପାଲଟିଛନ୍ତି ।

Leave A Reply

Your email address will not be published.