Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମାରେ ମାନିଲେନି କଟକଣା, ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଚଳିତବର୍ଷ କରୋନା କଟକଣା ଯୋଗୁ ରାଜ୍ୟରେ ଏହି ପରମ୍ପରା ଫିକା ପଡ଼ିଛି । ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ ଉପରେ ପ୍ରଶାସନ କଟକଣା ଲଗାଇଥିଲା । ତଥାପି ଲୋକ ପରମ୍ପରା ବଜାୟ ରଖିଲେ । ଜଳାଶୟରେ ବୋଇତ ବନ୍ଦାଣ ଉତ୍ସବ ମନାଇଛନ୍ତି । କିଛି ସ୍ଥାନରେ ପୋଲିସ ନଦୀଘାଟକୁ ଜଗିଛି ।

ଭୁବନେଶ୍ୱରରେ ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଛି । ଭୋରରୁ ଜଳାଶୟରେ ଲୋକଙ୍କ ଭିଡ଼ ହୋଇଥିଲା । କଟକର ବିଭିନ୍ନ ଜଳାଶୟରେ ବି ଶ୍ରଦ୍ଧାଳୁ ବୋଇନ୍ଦ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି । ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ । ମାସକ ଯାକ ହବିଷ୍ୟ ଖାଇ ନିଷ୍ଠାର ସହ ବ୍ରତ ପାଳୁଥିବା ହବିଷିଆଳୀଙ୍କ ଆଜି ଶେଷ ଦିନ । ଆଜି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ବ୍ରତ ଭାଙ୍ଗିବେ ହବିଷିଆଳୀ ।

Leave A Reply

Your email address will not be published.