Latest Odisha News

BREAKING NEWS

ସ୍ପେନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଭାରତୀୟ ଦଳରେ ଓଡିଶାର ଦୀପ ରଞ୍ଜନ

ଭୁବନେଶ୍ୱର: ସ୍ପେନର ଭିକ୍ଟୋରିଆରେ ଆୟୋଜିତ ହେବାକୁ ଥିବା ସ୍ପାନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଓଡିଶାର ଦୀପ ରଞ୍ଜନ ବିଶୋୟୀ ଏହି ଦଳରେ ସ୍ଥାନ ପାଇଛନ୍ତି । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭାଗବତ ଦଳର ନେତୃତ୍ୱ ନେବେ । ପ୍ରଥମେ ଲେଭେଲ-୨ ମୁକାବିଲା ମାର୍ଚ୍ଚ ୧ରୁ ୬ ପର୍ଯ୍ୟନ୍ତ କାଟାଗେନାରେ ଆୟୋଜିତ ହେବ ।

BjdElectrycity

ବିଶ୍ୱର ଏକ ନମ୍ବର ଖେଳାଳି ପ୍ରମୋଦ ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ପୋଷଣ କରିଛନ୍ତି । ୨ମାସ ହେବ ସ୍ପେନରେ ଅଭ୍ୟାସ କରୁଥିବାରୁ ଏହା ମୋତେ ଫାଇଦାରେ ରଖିବ । ଆଗକୁ ବିଶ୍ୱ ଚାମ୍ପିୟନଶିପ ଓ ଏସୀୟ ଗେମ୍ସ ଥିବାରୁ ଏହା ମୋ ପାଇଁ ଏକ ଭଲ ଅଭ୍ୟାସ ହେବ ବୋଲି ସେ କହିଛନ୍ତି । ପ୍ରମୋଦ ସିଙ୍ଗଲ୍ସ, ଡବଲ୍ସ ଏବଂ ମିକ୍ସଡ ଡବଲ୍ସରେ ଅଂଶଗ୍ରହଣ କରିବେ । ସେହିପରି ଦୀପରଂଜନ ଡବଲ୍ସ ର‌୍ୟାଙ୍କିଙ୍ଗରେ ଉନ୍ନତି ହାସଲ ଲକ୍ଷ୍ୟରେ ରହିବେ ବୋଲି କହିଛନ୍ତି । ସେ ସିଙ୍ଗଲ୍ସ ଏବଂ ଡବଲ୍ସ ବିଭାଗରେ ଖେଳିବେ ।

Comments are closed, but trackbacks and pingbacks are open.