Latest Odisha News

BREAKING NEWS

ଶାଳୀନତା ପୋଷାକର ସଚେତନା; ଶ୍ରୀମନ୍ଦିରକୁ ହାଫ୍ ପ୍ୟାଣ୍ଟ୍ ପିନ୍ଧି ଯାଇଥିବା ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ନୂଆବର୍ଷରୁ ଭକ୍ତଙ୍କ ପାଇଁ ଲାଗୁ ହେବ ନୂଆ କଟକଣା। ନୂଆବର୍ଷ ପହିଲାରୁ ଶାଳୀନତା ଭାବେ ପୋଷାକ ପରିଧାନ ନକଲେ ଭକ୍ତଙ୍କୁ ଜଗା ଦର୍ଶନ ମନା। ଏଭଳି ନିଷ୍ପତ୍ତି କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଆଜି ସେବାୟତମାନେ କିଛି ଭକ୍ତଙ୍କୁ ଧୋତି ପିନ୍ଧାଇ ସଚେତନ କରି ଶ୍ରୀମନ୍ଦିର ଭିତରକୁ ଛାଡିଛନ୍ତି।

କିଛି ଭକ୍ତମାନେ ଆଜି ହାପ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଥିବାବେଳେ ସୁରକ୍ଷାକର୍ମୀ ଓ ସେବାୟତ ସେମାନଙ୍କୁ ଅଟକାଇ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଥିଲେ। ଉପସ୍ଥିତ ଥିବା ଅନେକ ଶ୍ରଦ୍ଧାଳୁ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ସେବାୟତଙ୍କ ଦ୍ୱାରା ଧୋତି ପିନ୍ଧିଥିବା ଭକ୍ତମାନେ ଏହାକୁ ସ୍ୱାଗତ କରିଥିଲେ।

ଶ୍ରୀମନ୍ଦିରକୁ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଯିବା ପାଇଁ ପୂର୍ବରୁ ଆଲୋଚନା କରାଯାଉଥିବା ଏହି ବିଷୟ ନେଇ ଅନେକ ଯୁକ୍ତି ବାଢ଼ି ଆସିଛନ୍ତି। ଅନେକ ସମୟରେ ଭକ୍ତମାନେ ଫ୍ୟାସନ ଦେଖାଇବାକୁ ଯାଇ ଶାଳିନତା ଭୁଲି ଯାଉଥିବା ଭଳି ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ କିଛି ଭକ୍ତ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ନଯିବାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଏଣୁ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ପାଇଁ କୁହାଯାଇଛି ଏପରି ପଦକ୍ଷେପ ନିଆଯିବା ସତରେ ସ୍ୱାଗତ ଯୋଗ୍ୟ।

Leave A Reply

Your email address will not be published.