Latest Odisha News

ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ

ଆମେରିକା: ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ । ୫୪ ବର୍ଷରେ ମାଥ୍ୟୁ ପେରୀଙ୍କ ଦେହାନ୍ତ ହୋଇଛି । ଲସ ଏଞ୍ଜେଲସ ଘରେ ହଟଟବରୁ ମାଥ୍ୟୁ ପେରୀଙ୍କ ମୃତଦେହ ମିଳିଛି । ହଟଟବରେ ବୁଡିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି ।

ମାଥ୍ୟୁ ୯୦ ଦଶକର ସିଟକମ୍ ସୁପର ହିଟ୍ ସିରିଜ୍ ଫ୍ରେଣ୍ଡସରେ ଚ୍ୟାଣ୍ଡଲର ବିଙ୍ଗ୍ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଏପରି ଆଶ୍ଚର୍ଯ୍ୟଜନକ ଦେହାନ୍ତ ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ହଲିଉଡରୁ ଟଲିଉଡ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ ସାକ୍ଷାତକାରରେ ମାଥ୍ୟୁ କହିଥିଲେ, ୧୪ ବର୍ଷ ବୟସରୁ ନିଶା ସେବନ କରିଥିଲେ । ଯାହା ପରେ ତାଙ୍କୁ ଅନେକ ରୋଗର ସମ୍ମୁଖୀନ ହେବାକୁ ପଡିଥିଲା । ନିଶା ସେବନରୁ ମୁକ୍ତି ପାଇବା ପାଇଁ ସେ ୭୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ତାଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ତାଙ୍କର ଶେଷ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ଆକାଶରେ ରାତିର ଦୃଶ୍ୟକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ରାତିର ଚନ୍ଦ୍ରର ଏକ ଭିଡିଓ ସେୟାର କରିଥିଲେ । ସେ ଲେଖିଛନ୍ତି, ‘ମୁଁ କଣ କହିବାକୁ ଚେଷ୍ଟା କରୁଛି ତୁମେ ବୁଝିପାରୁଛ କି? ମୁଁ ମ୍ୟାଟମ୍ୟାନ୍ । ଏବେ ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରି ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.