Latest Odisha News

BREAKING NEWS

ବାର୍ବାଡୋସ କୁଇନଙ୍କ ଅଭିଯୋଗ: ଯୋଗ୍ୟତା ବଳରେ ପ୍ରିୟଙ୍କା ଜିତି ନାହାନ୍ତି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ତାଙ୍କ ଯୋଗ୍ୟତା ବଳରେ ୨୦୦୦ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତି ନାହାନ୍ତି ବୋଲି ବାର୍ବାଡୋସର ପୂର୍ବତନ ସୁନ୍ଦରୀ ଲିଲାନୀ ମ୍ୟାକକନେ ଅଭିଯୋଗ କରିଛନ୍ତି । ମିସ ଆମେରିକା ପିଜେଂଟ ଆର ବନୀ ଗାବ୍ରିଏଲ ଚଂଚକତା କରି ଜିତିବା ଅଭିଯୋଗ ଆସିବା ପରେ ଏବେ ପ୍ରିୟଙ୍କାଙ୍କ ନାମ ଉଠିଛି । ଲିଲାନୀ କହିଛନ୍ତି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ବେଳେ ଆମେ ସମସ୍ତ ପ୍ରତିଯୋଗୀ ଭଲ ଭାବେ ଜାଣିଥିଲୁ ଭାରତର ପ୍ରିୟଙ୍କା ଟାଇଟଲ ଜିତିବେ । ଏହାର ମୂଖ୍ୟ କାରଣ ଥିଲା ଏକ ଭାରତୀୟ କେବଲ ଷ୍ଟେସନ ସମ୍ପୂର୍ଣ୍ଣ ପ୍ରତିଯୋଗିତାକୁ ସ୍ପନଶର କରିଥିଲା । ଏପରିକି ତାଙ୍କୁ ଅନେକ ପ୍ରକାର ସହଯୋଗ କରାଯାଇଥିଲା । ସୁଇମ ସୁଟ ରାଉଣ୍ଡ ବେଳେ ସେ ଏକ ପ୍ରକାର ବ୍ଲିଜ କ୍ରିମ ବ୍ୟବହାର କରିଥିଲେ । ଯାହାକି ଅନ୍ୟମାନଙ୍କ ପାଇଁ ଅନୁମତି ନ ଥିଲା । କ୍ରିମ ବ୍ୟବହାର ଯୋଗୁ ତାଙ୍କ ସ୍କିନ ଟୋନ ସମାନ ରହିଥିଲା ।

ପ୍ରିୟଙ୍କାଙ୍କୁ କେହି ପସନ୍ଦ କରୁ ନ ଥିଲେ । ସେ ମଧ୍ୟ ଅନ୍ୟମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରୁ ନ ଥିଲେ । ଫଟୋଶୁଟ ସମୟରେ ପ୍ରିୟଙ୍କାଙ୍କୁ ଏକ ବିଚ ନିକଟକୁ ନିଆ ଯାଇଥିବା ବେଳେ ଆମମାନଙ୍କୁ ସେ ଭଳି ସୁଯୋଗ ପ୍ରଦାନ କରାଯାଇ ନ ଥିଲା । ଅନ୍ୟମାନେ ବିରୋଧ କରିଥିଲେ ମଧ୍ୟ ଏହାର ପ୍ରଭାବ କିଛି ପଡି ନ ଥିଲା । ଏହି ଅଭିଯୋଗ ନେଇ ପ୍ରିୟଙ୍କାଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.