Latest Odisha News

BREAKING NEWS

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲାୟାରାଜାଙ୍କ ବାୟୋପିକରେ ଅଭିନୟ କରିବେ ଧନୂଷ

ମାଡ୍ରାସ: ବାହୂବଳୀ, କେଜିଏଫ, ପୁଷ୍ପା ପରି ଫିଲ୍ମ ପରେ ସାଉଥ ଷ୍ଟାରଙ୍କ ଲୋକପ୍ରିୟତା ହିନ୍ଦୀ ଭାଷାଭାଷୀ ଅଂଚଳରେ ଯଥେଷ୍ଟ ବୃଦ୍ଧି ଘଟିଛି । ତେବେ ଏହି ଫିଲ୍ମ ପୂର୍ବରୁ ସୁପରଷ୍ଟାର ଧନୂଷ କିନ୍ତୁ ବଲିଉଡରେ ଲୋକପ୍ରିୟ ହୋଇ ପଡିଥିଲେ । ସେ ଏବେ ଏକ ବିଗ ବଜେଟ ପ୍ୟାନ ଇଣ୍ଡିଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ମହାନ ସଙ୍ଗୀତଜ୍ଞ ଇଲାୟାରାଜାଙ୍କ ଜୀବନୀ ଉପରେ ଆଧାରିତ ହେବ । ଏହାର ଶୁଟିଂ ୨୦୨୪ରେ ଆରମ୍ଭ ହେବ ଓ ୨୦୨୫ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । କିଛି ଦିନ ତଳେ ଶଙ୍କର ରାଜା ମଧ୍ୟ ଧନୂଷ ତାଙ୍କ ବାପାଙ୍କ ଭୂମିକା ଠିକ ଭାବେ କରିପାରିବେ ବୋଲି କହିଥିଲେ ।

୮୦ ବର୍ଷୀୟ ଇଲାୟାରାଜା ୧୦୦୦ରୁ ଅଧିକ ଫିଲ୍ମରେ ୭୦୦୦ ଗୀତ ଲେଖିଛନ୍ତି । ଏହା ସହିତ ୨୦,୦୦୦ରୁ ଅଧିକ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଛନ୍ତି । ସେ ତେଲୁଗୁ, ମାଲାୟମଲମ, କନ୍ନଡ, ହିନ୍ଦୀ ଓ ଇଂରାଜୀ ଭାଷାରେ ଗୀତ ଲେଖିଛନ୍ତି । ୨୦୧୦ରେ ତାଙ୍କୁ ପଦ୍ମଭୂଷଣ ଓ ୨୦୧୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେ ୫ଥର ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.