Latest Odisha News

BREAKING NEWS

ବିଜେଡିର ଇସ୍ତାହାରକୁ ଧମେନ୍ଦ୍ରଙ୍କ କଟାକ୍ଷ: ଫମ୍ପା ପ୍ରତିଶ୍ରୁତି

ସମ୍ବଲପୁର: ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କରି କହିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଘୋଷଣାପତ୍ରରେ କିଛି ନୂଆ ନାହିଁ, ଲୋକଙ୍କୁ ଦେଇଛନ୍ତି ଫମ୍ପା ପ୍ରତିଶ୍ରୁତି, ୨୪ ବର୍ଷ ପରେ ମୌଳିକ ସମସ୍ୟାର କିଛି ବି ସମାଧାନ ହୋଇନାହିଁ ।

ଗତକାଲି ବିଜେଡି ତାର ଇସ୍ତାହାର ପତ୍ର ଜାରି କରିଛି । ଏହାକୁ ନେଇ କଟାକ୍ଷ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ବିଜେଡିର ଇସ୍ତାହାରରେ ନୂଆ କିଛି ନାହିଁ । ବିଜେପିର ଇସ୍ତାହାରକୁ କିଛିଟା କପି କରିଛନ୍ତି । ୨୪ ବର୍ଷ ପରେ ବି ଲୋକେ କାମ କରିବା ପାଇଁ ଘର ଛାଡୁଛନ୍ତି । ଚାଷ ଜମିକୁ ପାଣି ପହଞ୍ଚିନାହିଁ । ଶୀତଳ ଭଣ୍ଡାର ନାହିଁ । ଏନସିଆରବି ରିପୋର୍ଟରେ ଓଡ଼ିଶାର ମହିଳା ସବୁଠୁ ଅଧିକ ନିର୍ଯାତିତ । ଏବେ ବି ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ପଦବୀ ଖାଲି ପଡ଼ିଛି । ବିଜେଡିର ଇସ୍ତାହାର ଫମ୍ପା ପ୍ରତିଶ୍ରୁତି । ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.