Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପରେ ନୂତନ କୋଚ

ମୁମ୍ବାଇ: ଟି୨୦ ବିଶ୍ୱକପ ଚଳିତ ବର୍ଷ ଜୁନରେ ଆୟୋଜିତ ହେବ । ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଏହାକୁ ଆୟୋଜନ କରିବେ । ରିପୋର୍ଟ ମୁତାବକ ଟି୨୦ ବିଶ୍ୱକପ ପରେ ବିସିସିଆଇ ନୂତନ କୋଚ ପାଇଁ ବିଜ୍ଞାପନ ବାହାର କରିବ । ଦିନିକିଆ ବିଶ୍ୱକପ ୨୦୨୩ ପରେ ଟିମ ଇଣ୍ଡିଆର ମୂଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ସେ ନଭେମ୍ବର ୨୦୨୧ରୁ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ଟି୨୦ ବିଶ୍ୱକପ ପରେ ଏହି ଚୁକ୍ତି ମିଆଦ ଶେଷ ହେବ । ସ୍ୱତଃ ତାଙ୍କ ମିଆଦ ଆଉ ବୃଦ୍ଧି କରାଯିବ ନାହିଁ । ସେ ଯଦି କୋଚ ହେବା ପାଇଁ ଆଗ୍ରହୀ ରହିବେ ତେବେ ପୂନର୍ବାର ଆବେଦନ କରିବେ ।

ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହା ସ୍ପଷ୍ଟ କରିଛନ୍ତି । ଏହି ରିପୋର୍ଟରେ ଆଉ ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ବିଦେଶୀ କୋଚଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ ନାହିଁ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ୧ ଜୁନରୁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ବିଶ୍ୱକପ ଆରମ୍ଭ ହେବ ।

Leave A Reply

Your email address will not be published.