Latest Odisha News

BREAKING NEWS

[ଭିଡ଼ିଓ] ପରମ୍ପରାରେ ମାଟି ଦୀପ

ଜୟପୁର : ହଜିଯାଉଛି ପାରମ୍ପରିକ ରୀତି । ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରିବାକୁ ବସିଲାଣି । ହେଲେ ଏବେ ବି ଦିପାବଳୀ ଆସିଲେ ମାଟି ଦୀପର ଚାହିଦା ବେଶ୍ ରହିଛି । ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବି ଗ୍ରାହକଙ୍କ ମଧ୍ୟରେ ବଢିବାରେ ଲାଗିଛି । ଏନେଇ ବର୍ଷକୁ ଥରେ ଦୀପ ବିକ୍ରି ନେଇ ଚାହିଁ ବସିଛନ୍ତି ଜୟପୁରର ଏହି କୁମ୍ଭକାର ପରିବାର । ଗ୍ରାହକଙ୍କ ମନପସନ୍ଦ ଅନୁସାରେ ଭଳିକିଭଳି ଦୀପ ତିଆରି କରି ବିକ୍ରି କରୁଛନ୍ତି।

ଦୀପ ବିକିବା ପାଇ ଜୟପୁର ସହରର ମୁଖ୍ୟ ରାସ୍ତାରେ ଦୀର୍ଘ ୫ ଦିନ ହେବ କୁମ୍ଭାକାର ମାନେ ଦୀପର ପସରା ପକାଇଛନ୍ତି । କୁମ୍ଭାର ମାନେ ନିଜ କୌଳିକ ବୃତ୍ତି ଅନୁସାରେ ମାଟିର ସାମଗ୍ରୀ ତିଆରି ସହ ଏହାକୁ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ଦଶହରା ପରେ ପରେ ସହରରେ ମାଟି ଦୀପର ପସରା ମେଲା ଯାଇଥାଏ ।

କୋଭିଡ କଟକଣା ଭିତରେ ଦୀପାବଳି ପାଳନ କରାଯିବ । ଆଉ ଏହାରି ଭିତରେ କୁମ୍ଭକାର ପରିବାର ବି ମାଟି ଦୀପ ବିକ୍ରି କରି ଦୁଇ ପଇସା ଲାଭ ଆଶାରେ ରହିଛନ୍ତି ।

Leave A Reply

Your email address will not be published.