Latest Odisha News

BREAKING NEWS

[ଭିଡ଼ିଓ ] ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ । ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି ।  ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣିରୁ ୧ ‌କୋଟି, ବ୍ୟାଙ୍କ ସୁଧରୁ ୩୬ କୋଟି ଓ ହୁଣ୍ଡି ୬‌ କୋଟି ଟଙ୍କାର ବଜେଟ ରଖାଯାଇଛି । ଖଣିରୁ ପଥର ଆବଦାନୀ ପାଇଁ ଓଏମ୍‌ସି ସହ ହେବ ଚୁକ୍ତି । ଖଣିରୁ ଆୟ ପାଇଁ ୭୦ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ସାମଗ୍ରୀର ମାନ ଓ ପରିମାଣ ବୃଦ୍ଧି ହେବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ରାଜସ୍ବ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ । ବ୍ୟୟର ପରିମାଣ ୮୫ କୋଟି ରଖାଯାଇଛି। ରାଜସ୍ବ ବଳକା ପାଇଁ ୨୧ କୋଟି ରହିବା ନେଇ ଆକଳନ ହୋଇଥିବା ‌ବେଳେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ରାଜସ୍ବ ଆୟ ମଧ୍ୟରୁ ସ୍ଥାୟୀ ମାରୁ ୩୬ କୋଟି ଟଙ୍କା ସୁଧ ମିଳିବ । ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି , ଜମି ବିକ୍ରି ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଟଙ୍କା ହେବା ଆକଳନ କରାଯାଇଛି ।

ସୂର୍ଯ୍ୟ ମନ୍ଦିର ଦ୍ବାରର ରୂପା ଛାଉଣୀ ହେବ। ଜଣେ ଦାତାଙ୍କ ଦ୍ବାରା ଏହି ରୁପା ଛାଉଣୀ କାମ କରାଯିବ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଖୁବ ଶୀଘ୍ର ଡ୍ରେସ୍‌ କୋର୍ଡ ଲାଗୁ ହେବ।

Leave A Reply

Your email address will not be published.