Latest Odisha News

BREAKING NEWS

ରାମ ମନ୍ଦିର ପ୍ରସଙ୍ଗ; ଦାନ ଅର୍ଥ ଫେରସ୍ତ ପାଇଁ ଦାବି କରିବେ ଦିଗବିଜୟ ସିଂହ, ୧.୧୧ ଲକ୍ଷ ଦେଇଥିଲେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାମ ମନ୍ଦିର ଦାନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ ସେ ଅଯୋଧ୍ୟା କୋର୍ଟରେ ଏକ ମାମଲା ଦାୟର କରିବେ ଏବଂ ପାଣ୍ଠିର ଅପବ୍ୟବହାର ଓ ଆତ୍ମସାତକୁ ଉଲ୍ଲେଖ କରି ରାମ ମନ୍ଦିର ନିର୍ମାଣ ପାଇଁ ଦେଇଥିବା ତାଙ୍କ ଦାନ ଫେରସ୍ତ ଦାବି କରିବେ। ସେ ଆହୁରି କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଦୁଇଟି ପାଣ୍ଠି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଭିଯାନ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା ସମୟରେ ହୋଇଥିଲା। ଯେଉଁଥିରେ ସେ ମଧ୍ୟ ଦାନ କରିଥିଲେ।

ସେ କହିଛନ୍ତି ଯେ ସେହି ଦାନର କୌଣସି ସାର୍ବଜନୀନ ହିସାବ ଆଜି ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ଯେତେବେଳେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଆଉ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କଲା। ସେ ସିଧାସଳଖ ଟ୍ରଷ୍ଟକୁ ୧.୧୧ ଲକ୍ଷ ଦାନ କରିଥିଲେ।

କଂଗ୍ରେସ ନେତା କହିଛନ୍ତି ଯେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୧ ଲକ୍ଷ ଦାନ କରିଥିଲେ। ଯାହାପରେ ଅଧିକ ଦାନ କରିବାକୁ ଇଚ୍ଛା କରି ସେ ୧.୧୧ ଲକ୍ଷ ଦାନ କରିଥିଲେ। ସେ କହିଛନ୍ତି ଯେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ରଷ୍ଟରେ ପାଣ୍ଠି ଜମା କରିବାକୁ ଅନୁରୋଧ କରି ଚିଠି ଲେଖିଥିଲେ କିନ୍ତୁ ଚିଠିଟି ଫେରସ୍ତ କରାଯାଇଥିଲା। ତା’ପରେ ସେ ନିଜେ ଟଙ୍କା ଜମା କରିଥିଲେ।

ଦିଗବିଜୟ ସିଂହ କହିଛନ୍ତି ଯେ ସେ ଅଯୋଧ୍ୟା କୋର୍ଟରେ ଏକ ଦାବି ଦାଖଲ କରିବେ ଏବଂ କୋର୍ଟକୁ ତାଙ୍କର ଦାନ ଫେରାଇବାକୁ ଅନୁରୋଧ କରିବେ ଯାହା ଦ୍ଵାରା ସେ ଏହାକୁ ଶଙ୍କରାଚାର୍ଯ୍ୟ ମଠ କିମ୍ବା ରାମାଳୟ ଟ୍ରଷ୍ଟ ଭଳି ଅନ୍ୟ ଧାର୍ମିକ ଟ୍ରଷ୍ଟରେ ଜମା କରିପାରିବେ।

 

Leave A Reply

Your email address will not be published.