Latest Odisha News

BREAKING NEWS

ଗ୍ୟାରେଜ ଭିତରେ ଦୀପିକାଙ୍କୁ ତାଲା ପକାଇ ଦେଲେ ଦିନେଶଙ୍କ ବାପାମା’

ବ୍ରହ୍ମପୁର: ସ୍ତ୍ରୀର ଅଧିକାର ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣରେ ବସିଥିବା କେ.ଦୀପିକାଙ୍କୁ ଗ୍ୟାରେଜ ଭିତରେ ତାଲା ପକାଇ ଦେଇଛନ୍ତି ଦିନେଶଙ୍କ ବାପାମା’ । ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି କେ.ଦୀପିକା । ଦିନେଶଙ୍କ ବାପା ମାଆ ତାଙ୍କୁ ଗ୍ୟାରେଜରେ ତାଲା ପକାଇ ଦେଇଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଘଟିଛି ଏହି ଘଟଣା । ତେବେ ଏପର୍ଯ୍ୟନ୍ତ ଦିନେଶଙ୍କ ପରିବାର ଲୋକଙ୍କର ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ଅନୁସାରେ, ଦିନେଶଙ୍କ ଘର ଆଗରେ ଦୀପିକା ଧାରଣାରେ ବସିଥିଲେ । ଗତକାଲି ରାତି ପ୍ରାୟ ୮.୪୫ ରୁ ୯ଟା ଭିତରେ ସେ ଗ୍ୟାରେଜ ଭିତରେ ଥିବା ଟୟେଲେଟକୁ ଯାଇଥିଲେ । ସେହି ସମୟରେ ଦିନେଶଙ୍କ ପରିବାର ଲୋକେ ତାଙ୍କୁ ଗ୍ୟାରେଜ ବାହାରୁ ତାଲା ପକାଇ ଦେଇଥିବା ଦୀପିକା ଥାନାରେ ଅଭିଯୋଗ କରିଛନ୍ତି । ଅଧଘଣ୍ଟା ଧରି ସେ ଭିତରେ ରହି ଚିତ୍କାର କରିଥିଲେ । ସୂଚନା ପାଇ ବଡ ବଜାର ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ।

ସୂଚନାଯୋଗ୍ୟ ଯେ, ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ସେ । ମାତ୍ର ନ୍ୟାୟ ମିଳିବା ଆଶାରେ ଧାରଣାରୁ ଉଠିଯାଇଥିଲେ । କିନ୍ତୁ ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା କାରଣରୁ ସେ ବାଧ୍ୟ ହୋଇ ପୁଣି ଧାରଣାରେ ବସିଥିବା କହିଛନ୍ତି । ଏବେ ଦୀପିକାଙ୍କ କେସ ହାଇକୋର୍ଟରେ ବିଚାରାଧୀନ ରହିଛି।

Leave A Reply

Your email address will not be published.