Latest Odisha News

ଥମୁନି ନିଶା ମାଫିଆଙ୍କ ଦୌରାତ୍ମ୍ୟ: ଚେକିଂ ବେଳେ ଏସଆଇଙ୍କୁ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ଥମୁନି ନିଶା ମାଫିଆଙ୍କ ଦୌରାତ୍ମ୍ୟ  । ଗୋଟିଏ ପଟେ  ବ୍ଲକିଂ ଚେକିଂ ଜୋରଦାର ଚାଲିଥିବାବେଳେ ଅନ୍ୟପଟେ ନିଶା ମାଫିଆଙ୍କ ରାଜୁତି ବଢିବାରେ ଲାଗିଛି  । ଶିଶୁପାଳଗଡ ରାସ୍ତାରେ ଚଢାଉ ବେଳେ ଧଉଳି ଥାନା ଏସଆଇଙ୍କୁ ନିଶା ମାଫିଆମାନେ ଆକ୍ରମଣ କରିଥିବା ସୂଚନା ମିଳିଛି  । ଏସଆଇ ଜଣକ ରମେଶ ଭୋଳ ବୋଲି ଜଣାପଡିଛି । ଏହି ଆକ୍ରମଣରେ ରମେଶଙ୍କ ମୁଣ୍ଡ ଫାଟିଯାଇଥିବା ଦେଖିବାକୁ ମିଳିଛି  । ପରେ କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଗତକାଲି ରସୁଲଗଡଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ପୋଲିସ ଚେକିଂ ଚାଲିଥିଲା  । ଏହି ସମୟରେ ଧଉଳି ଥାନା ଏସଆଇ ରମେଶ ଭୋଳ ନିଶା ମାଫିଆଙ୍କୁ ଧରିବା ପାଇଁ ଶିଶୁପାଳଗଡ ରାସ୍ତାରେ ଚଢାଉ କରିଥିଲେ । ସାଙ୍ଗରେ ଅନ୍ୟ ଦୁଇ ଜଣ ପୋଲିସ କମର୍ଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ହଠାତ୍ ନିଶା ମାଫିଆ ମାନେ ରମେଶଙ୍କ ଉପରକୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା । ପରେ ତାଙ୍କୁ ସ୍ଥାନୀୟ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.