Latest Odisha News

BREAKING NEWS

ଆସୁଛି ଗଣେଶ ପୂଜା, ଚାନ୍ଦା ଆଦାୟ ଓ ଠାକୁରଙ୍କ ମୂର୍ତ୍ତି ବିକୃତ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ଆଗକୁ ଆସୁଛି ଗଣେଶ ପୂଜା । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌‌ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଚାନ୍ଦା ଓ ବଟି ଆଦାୟ ନେଇ ନୋ’ ଟଲେରାନ୍ସ ନୀତି ଆପଣାଇବାକୁ ସ୍ଥିର କରାଯାଇଛି ।

ଖବର ଅନୁଯାୟୀ, ଚଳିତ ବର୍ଷର ଗଣେଶ ପୂଜା ପାଇଁ ଗତକାଲି କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍‌‌ର ସଦସ୍ୟମାନେ ସାମିଲ ରହିଥିଲେ । ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ ଆଲୋଚନା କରିଥିଲେ । ବିଶେଷକରି ରାତି ୧୦ଟା ପରେ ସାଉଣ୍ଡ୍‌‌କୁ ବନ୍ଦ କରିବାକୁ କୁହାଯାଇଥିଲା । ଏଥିସହ ପୂଜା ଭସାଣି ପାଇଁ ମଧ୍ୟ ପୋଲିସ ନିୟମ କଡ଼ାକଡ଼ି କରିଛି । ସେପ୍ଟେମ୍ବର ୧୯ରେ ପରବର୍ତ୍ତୀ ବିଚାରବିମର୍ଶ କରାଯିବ ବୋଲି ଜଣାପଡ଼ିଛି ।

ସେଫ୍ଟେମ୍ବର ୨୪, ଅକ୍ଟୋବର ୧ ଏବଂ ୮ ତାରିଖରେ ଭସାଣି କରିବାକୁ ସିପି କହିଛନ୍ତି । ଅନେକ ସମୟରେ ପୂଜା କମିଟିମାନେ ଗଣେଶଙ୍କ ମୂର୍ତ୍ତିକୁ ବିକୃତ କରିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ବିବାଦକୁ ଆସିଥାଏ । କିନ୍ତୁ ଏଥର ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି କମିଶନରେଟ ପୋଲିସ । ତେବେ ଚଳିତ ବର୍ଷ ପୋଲିସ ପକ୍ଷରୁ ଚାନ୍ଦା ଓ ବଟି ଆଦାୟକୁ ନେଇ ନୋ’ ଟଲେରାନ୍ସ ନୀତି ଆପଣାଇବାକୁ ସ୍ଥିର କରାଯାଇଛି । କୌଣସି ସ୍ଥିତିରେ ଚାନ୍ଦା ଆଦାୟକୁ ବରଦାସ୍ତ କରାଯିବନି ବୋଲି ଏଡିସିପି ଅନିଲ ମିଶ୍ର କହିଛନ୍ତି । ଜୋର‌ଜବରଦସ୍ତି ଚାନ୍ଦା ଆଦାୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

 

 

 

 

 

 

 

 

Leave A Reply

Your email address will not be published.