Latest Odisha News

BREAKING NEWS

ଗୋଟିଏ ଓଭରରେ ୬ ଛକା ମାରିଲେ ନେପାଳୀ କ୍ରିକେଟର ଦୀପେନ୍ଦ୍ର

କାଠମାଣ୍ଡୁ: ନେପାଳର ଉଦୀୟମାନ କ୍ରିକେଟର ଦୀପେନ୍ଦର ସିଂ ଆୟରୀ ଗୋଟିଏ ଓଭରରେ ୬ଟି ଛକା ମାରି କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଯୁବରାଜ ସିଂ ଓ କିରନ ପୋଲାର୍ଡଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଅଲ ଅମୀରତ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏସିସି ପୁରୁଷ ପ୍ରିମିୟର ଲିଗ ଟି୨୦ରେ କତାର ବିପକ୍ଷରେ ଦୀପେନ୍ଦର ଏହି ବିସ୍ଫୋରକ ଇନିଂସ ଖେଳିଥିଲେ । ୨୧ ବଲରେ ୬୪ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । କାମରାନ ଖାଁଙ୍କ ୬ ବଲରେ ସେ ୬ ଛକା ମାରିଥିଲେ ।

ନେପାଳ ପ୍ରଥମେ ବ୍ୟାଟିଂ କରି ୨୧୦ ରନ ସଂଗ୍ରହ କରିଥି ଲା । କୁଶଳ ମଲ୍ଲା ୧୮ ବଲରେ ୩୫ ଓ ଆସିଫ ଶେଖ ୪୧ ବଲରେ ୫୨ ରନ କରିଥିଲେ । ଜବାବରେ କାତାର ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୧୭୮ ରନ କରିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.