ଭୁବନେଶ୍ବର: ସେଲଫି ନିଶାରେ ଏବେ ଯୁବ ପିଢି । ଅନେକ ସମୟରେ ବିପଦଜନକ ଅବସ୍ଥାରେ ସେଲଫି ନେଇ ବହୁ ମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଖବର ସାମ୍ନାକୁ ଆସୁଛି, ହେଲେ ବି କୌଣସି ପ୍ରଭାବ ପଢୁନଥିବା ଦେଖିବାକୁ ମିଳୁଛି । ଆଜି ସେହିପରି ସମାନ ଏକ ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ ।
ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିବାବେଳେ ଜଳିଗଲେ ଡିପ୍ଲୋମା ଛାତ୍ର । ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଛାତ୍ର ଜଣକ । ତାଙ୍କ ଘର ଗୁଜୁରାଟରେ ବୋଲି ଜଣାପଡିଛି । ସେ ଭୁବନେଶ୍ବରରେ ରହି ଡିପ୍ଲୋମା କରୁଥିଲେ ।
ସେ ଖରା ଖରା ଛୁଟି ପରେ ଗାଁକୁ ଯାଉଥିଲେ । ହେଲେ ସେଲଫି ନେଲାବେଳେ, ୩୩ କେଭି ବିଦ୍ୟୁତ ଯୋଗୁଁ ତାଙ୍କ ହାତ ଓ ମୁଣ୍ଡ ଜଳିଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।