Latest Odisha News

BREAKING NEWS

ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ପିହୁ ନିର୍ଦ୍ଦେଶକ

ପାଟନା: ଲକଡାଉନ ଅବସରରେ ଅସୁସ୍ଥ ବାପାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ଦରଭଙ୍ଗା ଆଣିଥିବା ଜ୍ୟୋତି କୁମାରୀଙ୍କ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ପିହୁ ନିର୍ଦ୍ଦେଶକ ବିନୋଦ କାପାଡୀ ଘୋଷଣା କରିଛନ୍ତି । ଜ୍ୟୋତି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ତାଙ୍କ ଉପରେ ଫିଲ୍ମ ନିର୍ମାଣ ଜରୁରୀ ହୋଇ ପଡିଛି ବୋଲି ସେ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ମଧ୍ୟ ଜ୍ୟୋତିଙ୍କୁ ପ୍ରଶଂସା କରିବା ପାଇଁ ପଛାଇ ନ ଥିଲେ । ଜ୍ୟୋତିଙ୍କ ବାପାଙ୍କ ସହ କାପାଡୀ ଫିଲ୍ମ ନେଇ ଆଲୋଚନା କରିବା ସହ ୫୧୦୦୦ ଟଙ୍କା ଆଡଭାନ୍ସ ମଧ୍ୟ ଦେଇଛନ୍ତି । ସାଇକେଲ ଫେଡେରେଶନ ଓ କେନ୍ଦ୍ର କ୍ରୀଡା ବିଭାଗ ମଧ୍ୟ ଜ୍ୟୋତିଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

Leave A Reply

Your email address will not be published.