Latest Odisha News

BREAKING NEWS

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ୫ଟି ଗଛ, ବ୍ୟବସାୟରେ ହେବ କ୍ଷତି

ଭୁବନେଶ୍ଵର: ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଗଛ ଲଗାଇବା ପରିବାର ସଦସ୍ୟଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେହିପରି ଏପରି କିଛି ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ଵାରା ପରିବାର ସଦସ୍ୟଙ୍କ ପ୍ରଗତିରେ ବାଧା ସୃଷ୍ଟି କରିପାରେ | କେବଳ ଏତିକି ନୁହେଁ, ଚାଲୁଥିବା ଭଲ ବ୍ୟବସାୟରେ ମଧ୍ୟ କ୍ଷତି ସହିବାକୁ ପଡେ । କିଛି ଉଦ୍ଭିଦ ସକରାତ୍ମକ ପ୍ରଭାବ ଦେଖାଇଥାଏ ତ କିଛି ଉଦ୍ଭିଦ ନକରାତ୍ମକ ପ୍ରଭାବ ଦେଖାଇଥାଏ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ଉଦ୍ଭିବ ବିଷୟରେ ଯାହାକୁ ଘରେ ଲଗାଇବା ଦ୍ଵାରା ଘରକୁ ବିପଦ ମାଡି ଆସେ ।

ବାସ୍ତୁ ଶାସ୍ତ୍ରରେ ଏହିପରି ଅନେକ ଉଦ୍ଭିଦ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଘରେ ଲଗାଇବା ଦ୍ୱାରା ଘରକୁ ବିପଦ ମାଡି ଆସିଥାଏ । ଏହି କାରଣରୁ, ପରିବାର ସଦସ୍ୟଙ୍କ ମଧ୍ୟରେ ନକାରାତ୍ମକତା ବୃଦ୍ଧି ପାଇଥାଏ । ଘରେ କଳି ଝଗଡା ବଢିବା ସହ ବିନା କାରଣରେ ବିବାଦ ଉପୁଜେ । ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ । ପରିବାରରେ ସମସ୍ତଙ୍କ ସ୍ଵାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ପଡିଥାଏ ।

କପାସ ଗଛ

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ କପାସ ଗଛ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଏହି ଗଛକୁ ଘରେ ଲଗାଇଲେ ଆର୍ଥିକ ସଙ୍କଟ ବଢ଼ିଯାଏ। ଏହା ସହିତ, ଘରେ ସବୁବେଳେ ଟେନସନର ପରିବେଶ ରହିଥାଏ।

ମେହେନ୍ଦୀ ଗଛ

ବିଶ୍ୱାସ କରାଯାଏ ଯେ ଘରେ ମେହେନ୍ଦୀ ଗଛ ଲଗାଇଲେ ଦୁଷ୍ଟ ଶକ୍ତି ବାସ କରନ୍ତି। ଏହି ଗଛକୁ ଘରେ ଲଗାଇଲେ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରନ୍ତି । ସେଥିପାଇଁ ଭୁଲରେ ମଧ୍ୟ କେହି ଏହି ଗଛକୁ ଘରେ ଲଗାନ୍ତୁ ନାହିଁ ।

ତେନ୍ତୁଳି ଗଛ

ତେନ୍ତୁଳି ଆମ ଅନେକ ଖାଦ୍ୟରେ ବ୍ୟବହାର ହୁଏ। ଚଟଣୀଠୁ ନେଇ ଅନେକ ତରକାରୀର ସ୍ବାଦ ବଢା଼ଇଥାଏ ତେନ୍ତୁଳି। ହେଲେ ଆପଣ ଜାଣନ୍ତି କି ତେନ୍ତୁଳି ଗଛକୁ ଅଶୁଭ ବୋଲି କୁହାଯାଏ। ଯଦି ଏହାକୁ ଆପଣ ଆପଣଙ୍କ ବଗିଚାରେ ଲଗାଇବେ ତେବେ ଆପଣଙ୍କ ଜୀବନରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେବ।

 

Leave A Reply

Your email address will not be published.