Latest Odisha News

BREAKING NEWS

ଭୁବନେଶ୍ୱରରେ ଦିଲ୍ଲୀ ପୋଲିସର ରେଡ୍, ରାତି ଅଧରେ ଫ୍ଲାଟ୍ ରୁ ଯୁବକଙ୍କୁ ଉଠାଇ ନେଲା

ଭୁବନେଶ୍ବର: ରାତି ଅଧରେ ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ । ଲକ୍ଷ୍ମୀସାଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ପୋଲିସ ଯୁବକଙ୍କୁ ଉଠାଇ ନେଇଛି । ତେବେ ସାଇବର କ୍ରାଇମ ମାମଲାରେ ଏହି ଚଢାଉ ହୋଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ଯୁବକ ଜଣକ ପରିଚୟ ସୌରଭ ଦେହୁରୀ ବୋଲି ଜଣାପଡିଛି । ସେ ଜଣେ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ଭୁବନେଶ୍ୱରରେ ଏକ ଆଇଟି ଅଫିସ ଚଳାଉଥିଲେ । ସାଇବର କ୍ରାଇମ ମାମଲାର ତଦନ୍ତ କରି ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସର ସାଇବର ୱିଙ୍ଗ ଏହି ଡଢାଉ କରିଛି । ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡ଼ିଶା ଆସିଛନ୍ତି ଏହି ଟିମ୍ । ଲକ୍ଷ୍ମୀସାଗର ଥାନା ପୋଲିସ ସହଯୋଗରେ ରାତି ଅଧିଆ ଭ୍ରମର ପ୍ୟାଲେସ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର୍ ୨୦୩ରେ ଚଢାଉ କରି ସୌରଭ ଦେହୁରୀକୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ ।

ଚଢାଉ ବେଳେ ସୌରଭଙ୍କ ଠାରୁ ଏକାଧିକ ଲାପଟପ ସହ ଅନେକ ଡକ୍ୟୁମେଣ୍ଟ ଜବତ ହୋଇଛି । ତେବେ କେଉଁ ସାଇବର ଅପରାଧ ମାମଲାରେ ଦିଲ୍ଲୀ ପୋଲିସ ସୌରଭଙ୍କୁ ଉଠାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.