Latest Odisha News

BREAKING NEWS

ରୋଗୀର ଶରୀର ଭିତରୁ ମିଳିଲା ଅସରପା, ଡାକ୍ତର ଚକିତ

କୋଚ୍ଚି: ଏଠାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆବଶ୍ୟକ ପରୀକ୍ଷଣ ପରେ ରୋଗୀର ଫୁସଫୁସରେ ଅସରପା ରହିଥିବା ଜଣା ପଡିଥିଲା । ଯାହାକି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ବହୁ କଷ୍ଟରେ ୪ ସେଂଟିମିଟରର ଅସରପାକୁ କଢ଼ାଯାଇଥିଲା । ଡାକ୍ତରଖାନା ଆସିବା ପୂର୍ବରୁ ରୋଗୀଙ୍କୁ ଅକ୍ସିଜେନ ଯୋଗାଇବା ପାଇଁ ଏକ ଟ୍ୟୁବ ଲଗା ଯାଇଥିଲା । ଏହା ମାଧ୍ୟମରେ ଅସରପାର ଫୁସଫୁସକୁ ଯାଇଥିବା ଅନୁମାନ କରାଯାଉଛି ।

ପୂର୍ବରୁ ଆମେରିକାର ଫ୍ଲୋରିଡାରେ ଜଣେ ବ୍ୟକ୍ତିଙ୍କ ନାକରୁ କ୍ରମାଗତ ରକ୍ତ ବାହାରିବାରୁ ସେ ଚିକିତ୍ସା ପାଇଁ ଯାଇଥିଲେ । ପରେ ଜଣାପଡିଥିଲା ଯେ, ତାଙ୍କ ସାଇନସରେ ୧୫୦ରୁ ଊର୍ଦ୍ଧ୍ୱ ପୋକ ରହିଥିଲେ । ସେମାନେ ନାକ ଭିତରେ ଥିବା ମାଂସକୁ ଖାଉଥିବାରୁ ଏ ଭଳି ସମସ୍ୟା ସୃଷ୍ଟି ହୋଇଥିଲା । ଚିକିତ୍ସା ପରେ ଉଭୟ ରୋଗୀ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.